ପେନ୍‌କିଲର ଇଞ୍ଜେକସନ୍‌ ନେଇ ମଳଦ୍ୱାରରେ ଆଣୁଥିଲେ ସୁନା, କେମିତି ଧରାପଡ଼ିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନା ଚୋରା ଚାଲାଣର ନୂଆ ତରିକା। ମଳଦ୍ୱାରରେ ପୂରାଇ ଆଣୁଛନ୍ତି ସୁନା। ଯନ୍ତ୍ରଣାରୁ ରକ୍ଷା ପାଇଁ ନେଉଛନ୍ତି ପେନ୍‌କିଲର ଇଞ୍ଜେକସନ୍‌। ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତୀୟ ମାନ୍ୟତା ମିଳିବା ପରେ ବିଦେଶରୁ ଏମିତି ଢ଼ଙ୍ଗରେ ସିଧାସଳଖ ରାଜଧାନୀରେ ପହଞ୍ଚୁଛି ଚୋରା ସୁନା। ଯାହାର କେହି ସୁରାକ ପାଉନାହାନ୍ତି। ଗତ ୬ ମାସ ଧରି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଓ ମୁଦ୍ରା। ଦୁବାଇରୁ ଆସିଥିବା ଯାତ୍ରୀଙ୍କଠାରୁ ଜବତ ହୋଇଥିବା ସୁନା। ଯାହାର […]

Gold

Gold

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 09:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନା ଚୋରା ଚାଲାଣର ନୂଆ ତରିକା। ମଳଦ୍ୱାରରେ ପୂରାଇ ଆଣୁଛନ୍ତି ସୁନା। ଯନ୍ତ୍ରଣାରୁ ରକ୍ଷା ପାଇଁ ନେଉଛନ୍ତି ପେନ୍‌କିଲର ଇଞ୍ଜେକସନ୍‌। ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତୀୟ ମାନ୍ୟତା ମିଳିବା ପରେ ବିଦେଶରୁ ଏମିତି ଢ଼ଙ୍ଗରେ ସିଧାସଳଖ ରାଜଧାନୀରେ ପହଞ୍ଚୁଛି ଚୋରା ସୁନା। ଯାହାର କେହି ସୁରାକ ପାଉନାହାନ୍ତି।

ଗତ ୬ ମାସ ଧରି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଓ ମୁଦ୍ରା। ଦୁବାଇରୁ ଆସିଥିବା ଯାତ୍ରୀଙ୍କଠାରୁ ଜବତ ହୋଇଥିବା ସୁନା। ଯାହାର ଓଜନ ୧୧ଶହ ୪୩ ଦଶମିକ ୭୮ ଗ୍ରାମ। ଏହି ସୁନା ବିସ୍କୁଟ ଆଣୁଥିଲେ ଦୁଇ ଜଣ ଚୋରା ଚାଲାଣକାରୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ବ୍ୟାଙ୍କକ୍‌ ଭାୟା କ୍ୱାଲାଲୁମ୍ପୁର ଦେଇ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡ଼ିଛନ୍ତି।

ବିମାନବନ୍ଦର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଯେଉଁ ଉପାୟରେ ଏମାନେ ସୁନା ବିସ୍କୁଟ ଚୋରାଚାଲାଣ କରୁଥିଲେ, ତାହା ସବୁଠୁ ଚାଞ୍ଚଲ୍ୟକର। ଏହି ଦୁଇ ଚୋରାଚାଲାଣକାରୀ ମଳଦ୍ୱାରରେ ସୁନାକୁ ଲୁଚାଇ କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଆସୁଥିଲେ। ଯନ୍ତ୍ରଣାରୁ ରକ୍ଷା ପାଇଁ କ୍ୱାଲାଲାମ୍ପୁରରେ ପେନ୍‌କିଲର ଇଞ୍ଜେକସନ୍ ମଧ୍ୟ ନେଇଥିଲେ। ଯାହା ୩ ଘଣ୍ଟା ପର୍ଯ୍ୟନ୍ତ କାମ କରିଥାନ୍ତା। କିନ୍ତୁ ଦୁର୍ଭାଗ୍ୟ, ବିମାନଟି ଭୁବନେଶ୍ୱରରେ ବିଳମ୍ବରେ ପହଞ୍ଚିଥିବାରୁ ମଳଦ୍ୱାରରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା। ଯାହାଫଳରେ ସେମାନଙ୍କର ଅସ୍ୱାଭାବିକ ଗତିବିଧିକୁ ଦେଖି ଭୁବନେଶ୍ୱର ବିମାନ ବନ୍ଦର ସୁରକ୍ଷା କର୍ମୀଙ୍କ ସନ୍ଦେହ ବଢ଼ିଯାଇଥିଲା। ସେହିପରି ଏହି ଦୁଇ ଅଭିଯୁକ୍ତଙ୍କ ପାଖରେ ପଞ୍ଜାବର ପାସପୋର୍ଟ ଥିବାବେଳେ ଏମାନେ ଭୁବନେଶ୍ୱରରେ ଓହ୍ଲାଇଥିବାରୁ କଷ୍ଟମ ବିଭାଗର ସନ୍ଦେହ ଆହୁରୀ ଦୃଢୀଭୁତ ହେଲା। ଶେଷରେ ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ଚୋରାଚାଲାଣ ସାଂଘାତିକ ସତ।

କେବଳ ଏହି ଗୋଟିଏ ଘଟଣା ନୁହଁ, ଗତକାଲି ଧରାପଡ଼ିଥିବା ଅନ୍ୟ ୨ ଚୋରାଚାଲାଣକାରୀ ମଧ୍ୟ ୩ଟି ସୁନା ଖଣ୍ଡକୁ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ ଧରାପଡ଼ିଥିଲେ। ଏମାନେ ବି ବ୍ୟାଙ୍କକରୁ ଏୟାର ଏସିଆ ବିମାନରେ ଭୁବନେଶ୍ୱର ଆସିଥିଲେ। ଗତ ନଭେମ୍ବର ୧୩ ତାରିଖରେ ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡିଥିଲା ୩୩ ଖଣ୍ଡ ସୁନା। ଚଳିତ ମାସ ୫ ତାରିଖରେ ଜଣେ ବ୍ୟକ୍ତିଙ୍କଠାରୁ ୪ ଖଣ୍ଡ ସୁନା ବିସ୍କୁଟ ଓ ୬ ତାରିଖରେ ଜଣେ ଭାରତୀୟ ବଂଶୋଦ୍ଭଙ୍କଠାରୁ ଜବତ ହୋଇଥିଲା ୬ଶହ ଗ୍ରାମରୁ ଅଧିକ ସୁନା। ତେବେ ଏଭଳି ବେଆଇନ୍‌ ସୁନା କାରବାର ପଛରେ କାହାର ରହିଛି ହାତ? ଭୁବନେଶ୍ୱର ବିମାନ ବନ୍ଦରରୁ କେଉଁ ଅଞ୍ଚଳକୁ ଯାଉଛି ଏହି ବିଦେଶୀ ସୁନା ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos