ସ୍ମାର୍ଟ ଫୋନ୍‌ କହିବ କେଉଁଠି ଅଛି ପାଇଖାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଗଲ୍ ମ୍ୟାପ୍ ଦେବ ବିଏମ୍‌ସିରେ ଟଏଲେଟ୍‌ର ଠିକଣା। କ୍ୱାଲିଟି କାଉନ୍‌ସିଲ ଅଫ୍ ଇଣ୍ଡିଆର ସହୋଯୋଗରେ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯାଉଛି ଏହି ରୋଡ୍ ମ୍ୟାପ୍‌। ଆସନ୍ତା ଡିସେମ୍ବର ମାସରୁ ଗୁଗଲ୍ ମ୍ୟାପ୍‌ରେ ଲୋକମାନେ ପାଇ ପାରିବେ ବିଏମ୍‌ସି ଟଏଲେଟ୍ ସମ୍ପର୍କିତ ସୂଚନା। ସ୍ମାର୍ଟ ସିଟିରେ ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କାରାଯାଉଥିବା ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ୍‌ର ଏହା ହେଉଛି ଏକ ଅଂଶ ବିଶେଷ। ଦିନକୁ ଦିନ […]

Toilet

Toilet

Rakesh Mallick
  • Published: Monday, 20 November 2017
  • Updated: 20 November 2017, 06:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଗଲ୍ ମ୍ୟାପ୍ ଦେବ ବିଏମ୍‌ସିରେ ଟଏଲେଟ୍‌ର ଠିକଣା। କ୍ୱାଲିଟି କାଉନ୍‌ସିଲ ଅଫ୍ ଇଣ୍ଡିଆର ସହୋଯୋଗରେ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯାଉଛି ଏହି ରୋଡ୍ ମ୍ୟାପ୍‌। ଆସନ୍ତା ଡିସେମ୍ବର ମାସରୁ ଗୁଗଲ୍ ମ୍ୟାପ୍‌ରେ ଲୋକମାନେ ପାଇ ପାରିବେ ବିଏମ୍‌ସି ଟଏଲେଟ୍ ସମ୍ପର୍କିତ ସୂଚନା। ସ୍ମାର୍ଟ ସିଟିରେ ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କାରାଯାଉଥିବା ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ୍‌ର ଏହା ହେଉଛି ଏକ ଅଂଶ ବିଶେଷ।

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର କାୟା ବିସ୍ତାର କରୁଛି। ଏହାଛଡ଼ା ନିଜର କାର୍ଯ୍ୟ ହାସଲ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଏଠାକୁ ଆସୁଛନ୍ତି। ମାତ୍ର ଟଏଲଟ୍‌ ନଥିବାରୁ ଲୋକେ ନାନା ଅସୁବିଧାରେ ପଡ଼ୁଥିଲେ। ପୁରୁଷମାନେ ରାସ୍ତା ପାର୍ଶ୍ୱ ବା ପାଚେରୀ କାନ୍ଥରେ ପରିସ୍ରା କରୁଥିବା ବେଳେ ମହିଳାମାନେ ବେଶୀ ଅସୁବିଧାରେ ପଡୁଛନ୍ତି। ୧ ନମ୍ୱର ସ୍ମାଟ୍‌ ସିଟିରେ ଏବେ ଏହି ସମସ୍ୟା ରହିବ ନାହିଁ। ସ୍ମାର୍ଟ ଫୋନ ଦେବ ନିକଟସ୍ଥ ଶୌଚାଳୟର ଠିକଣା। ଏବେ ଗୁଗଲ ମ୍ୟାପ କହିବ ଆପଣଙ୍କୁ ଭୁବନେଶ୍ୱରରେ ନିକଟସ୍ଥ ଶୌଚାଳୟର ଠିକଣା। ମୋବାଇଲ୍‌ରେ ଗୁଗଲ୍ ମ୍ୟାପ ଯାଇ ସେଠାରେ ସ୍ୱଚ୍ଛ ପବ୍ଲିକ୍ ଟଏଲେଟ୍ ଟାଇପ୍ କଲେ ଆପଣ ଜାଣିପାରିବେ ୨ କିଲୋମିଟର ଏରିଆ ମଧ୍ୟରେ ଥିବା ଶୌଚାଳୟ ସମ୍ପର୍କିତ ଖବର। କେବଳ ସେତିକି ନୁହେଁ  ବିଏମ୍‌ସିର କେଉଁ ଓ୍ୱାର୍ଡରେ କେତେ ଟଏଲେଟ୍ ଅଛି, ଖୋଲିବା ଓ ବନ୍ଦ ହେବା ସମୟ, ଏବଂ କେତେ ଟଙ୍କା ଆବଶ୍ୟକ ଏସବୁ ତଥ୍ୟ ଏବେ ମିଳିବ ଗୁଗଲ୍ ମ୍ୟାପରେ।

ଭୁବନେଶ୍ୱରରେ ୩୩ଟି  ପବ୍ଲିକ୍ ଟଏଲେଟ୍‌ରେ  ୩୪୬ଟି ସିଟ୍, ୪୮ଟି କମ୍ୟୁନିଟି ଟଏଲେଟ୍‌ରେ ୬୪୮ଟି ସିଟ୍ ରହିଛି। ଏହା ବ୍ୟତୀତ ରାଜଧାନୀରେ ଥିବା ବିଭିନ୍ନ ପାର୍କ, ସପିଂ ମଲ୍, ସିନେମା ହଲ୍, ବିଭିନ୍ନ ଛକ ସ୍ଥାନଗୁଡିକରେ ମଧ୍ୟ ଟଏଲେଟର ସୁବିଧା ରହିଛି। ତେବେ ମହାନଗର ନିଗମ ଅଧିନରେ ଥିବା ସମସ୍ତ ବସ୍ତିରେ ପ୍ରତ୍ୟେକ ଘର ପିଛା ଟଏଲେଟ୍ ତିଆରି କରିବା ପାଇଁ ପଇସା ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos