ଗୋତି ଶ୍ରମିକ ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ପ୍ରୟାସ

ଭୁବନେଶ୍ୱର: ଗୋତି ଶ୍ରମିକ ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ପକ୍ଷରୁ ଭୁବନେଶ୍ୱରରେ ଏକ କର୍ମଶାଳା ଆୟୋଜିତ ହୋଇଛି । ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବା ଏହି କର୍ମଶାଳାରେ ଏନଏଚଆରସି ସଦସ୍ୟ ଜଷ୍ଟିସ ଡି. ମୁରୁଗେସାନ୍ ଅଧ୍ୟକ୍ଷତା କରିଛନ୍ତି। କର୍ମଶାଳାରେ ରାଜ୍ୟ ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବି.କେ. ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଅଛନ୍ତି । କର୍ମଶାଳାରେ କେନ୍ଦ୍ରୀୟ  ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି । ଏଥିସହ ବିଭିନ୍ନ ଏନଜିଓର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଅଛନ୍ତି ।