ରାଜ୍ୟର ବିକାଶ ନୁହେଁ, ବିନାଶ ହୋଇଛି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିକାଶ ନୁହେଁ, ବିନାଶ ହୋଇଛି, ବେକାରୀ ସମସ୍ୟା ବଢ଼ିଛି। ଚାଷୀ ହତାଶ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏଭଳି ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେ କହିଛନ୍ତି,“ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ୩୦ଟି ହାଇସ୍କୁଲରେ କେହି ପିଲା ପାସ୍ କରି ନାହାଁନ୍ତି। ୧୫ ରୁ୨୦ ବର୍ଷ ତଳେ ଅଲଇଣ୍ଡିଆ ଟେଷ୍ଟରେ ଓଡ଼ିଶାର ୧୦ ପ୍ରତିଶତ ପିଲା ଚାକିରି ପାଉଥିଲେ। କିନ୍ତୁ ଏବେ ଏକ ପ୍ରତିଶତ ପିଲା ଚାକିରି ପାଉ ନାହାଁନ୍ତି। ତା’ହେଲେ ଶିକ୍ଷାକ୍ଷେତ୍ରରେ କି ଉନ୍ନତି ହୋଇଛି?

ନିରଞ୍ଜନ କହିଛନ୍ତି,“ସ୍ୱାସ୍ଥ୍ୟକ୍ଷେତ୍ରରେ ବି ସରକାର ବିଫଳ ହୋଇଛନ୍ତି। ‘ଏବେ ଗାଁ ଗଣ୍ଡାରେ ଡାକ୍ତର ନାହାଁନ୍ତି। ଅବସ୍ଥା ପୂରା ବିପର୍ଯ୍ୟସ୍ତ। ଲୋକେ ପିଇବା ପାଇଁ ପାଣି ପାଉନାହାଁନ୍ତି। ଓଡ଼ିଶାର ଲୋକେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ବୋଲି  ମୁଖ୍ୟମନ୍ତ୍ରୀ ଭାବୁଛନ୍ତି। ସେହି ଅନୁସାରେ ତାଙ୍କ ଶାସନ ଚଳାଉଛନ୍ତି।  ସେଥତ୍ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଛନ୍ତି। ”

ପିସିସି ସଭାପତି ଆହୁରି କହିଛନ୍ତି,“ ଉଭୟ କେନ୍ଦ୍ର ଓ ରାଜ୍ୟ କାମ କମ୍ କରୁଥିବା ବେଳେ ପବ୍ଳିସିଟିରେ ସ୍ଥିତି ବଜାୟ ପାଇଁ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ଦିଆଯାଉଛି। କିନ୍ତୁ  ଅର୍ଥନୈତିକ ସର୍ଭେରେ ଓଡ଼ିଶା ଗରିବ।”

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ନିରଞ୍ଜନ ମତ ରଖିଛନ୍ତି। ସେ କହିଛନ୍ତି,“କଲମା ବ୍ୟାରେଜ ଗେଟ୍ ବନ୍ଦ କରି ମୋଦି ଓଡ଼ିଶା ଆସନ୍ତୁ। ମୋଦି ଭଲ ଭାଷଣ ଦିଅନ୍ତି। କିନ୍ତୁ ଭାଷଣରେ କ’ଣ ପେଟ ପୂରିବ? ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ସ୍ପେଶାଲ୍ ପ୍ୟାକେଜ୍ ଘୋଷଣା କରନ୍ତୁ।”

Ordigital Desk
• Published: Monday, 21 May 2018
• Updated: 21 May 2018, 01:17 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos