ସଚିବ ବୁଲୁଛନ୍ତି, ମନ୍ତ୍ରୀ କାହାନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 5T କାର୍ଯ୍ୟକ୍ରମର ତଦାରଖ ଲାଗି ସଚିବମାନେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଗସ୍ତ କରୁଥିବା ବେଳେ ଏହାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ସମାଲୋଚନା କରିଛନ୍ତି। ସଚିବମାନେ ବୁଲୁଥିବା ବେଳେ ମନ୍ତ୍ରୀମାନେ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଏହି ପୁରୁଖା ନେତା। ସେ କହିଛନ୍ତି, “ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ? ଯଦି ଏବେ ସଚିବମାନେ ବୁଲୁଛନ୍ତି, ତା’ ହେଲେ ଆଗରୁ କ’ଣ କରୁଥିଲେ?” ସୁର କହିଛନ୍ତି, “ନବୀନ ବାବୁଙ୍କ ଶାସନର ୨୦ ବର୍ଷ […]

sura000

sura000

Tapaswini Nayak
  • Published: Monday, 14 October 2019
  • Updated: 14 October 2019, 03:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 5T କାର୍ଯ୍ୟକ୍ରମର ତଦାରଖ ଲାଗି ସଚିବମାନେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଗସ୍ତ କରୁଥିବା ବେଳେ ଏହାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ସମାଲୋଚନା କରିଛନ୍ତି। ସଚିବମାନେ ବୁଲୁଥିବା ବେଳେ ମନ୍ତ୍ରୀମାନେ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଏହି ପୁରୁଖା ନେତା।

ସେ କହିଛନ୍ତି, “ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ? ଯଦି ଏବେ ସଚିବମାନେ ବୁଲୁଛନ୍ତି, ତା’ ହେଲେ ଆଗରୁ କ’ଣ କରୁଥିଲେ?”

ସୁର କହିଛନ୍ତି, “ନବୀନ ବାବୁଙ୍କ ଶାସନର ୨୦ ବର୍ଷ ହୋଇଗଲାଣି। 5T କରିପାରିଲେନି। ନବୀନ ବାବୁ ଏତେ ବର୍ଷ କ’ଣ କରୁଥିଲେ? ଖାଲି ଗୋଟେ ପତିଆରା ବଢ଼ାଇବା ଲାଗି ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଏସବୁ କେବଳ ଡ୍ରାମା।  ଅନ୍ନପୂର୍ଣ୍ଣା  ଥିଏଟର।”

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ସବୁ ଦେଖୁଛନ୍ତି, କିନ୍ତୁ କିଛି ଦେଖୁନାହାନ୍ତି। ସଚିବମାନେ ବିଭିନ୍ନ ଜିଲ୍ଲାକୁ ଯାଉଛନ୍ତି, ତା’ହେଲେ ସବୁ ମନ୍ତ୍ରୀ କ’ଣ ବିଜେପୁରେ ଅଛନ୍ତି?”

ତେବେ ସୁରଙ୍କ ମନ୍ତବ୍ୟ ଉପରେ ବିଜେଡି ବିଧାୟିକା ଲତିକା ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପ୍ରଶ୍ନ କରିବା ବିରୋଧୀଙ୍କ ଦାୟିତ୍ୱ। ମନ୍ତ୍ରୀମାନେ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି, ଅଫିର୍‌ମାନେ ମଧ୍ୟ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos