ଆଂଶିକ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କୁ ମିଳିବ ୧୩୬ % ଦରମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଂଶିକ ବ୍ଲକଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ ଅଧ୍ୟାପକଙ୍କ ଲାଗି ଖୁସି ଖବର। ଏଣିକି ସେମାନଙ୍କୁ ୧୩୬ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ। ଆଜି ବିଧାନସଭାରେ ଉଭୟ ଉଚ୍ଚ ଶିକ୍ଷା ଅନନ୍ତ ଦାସ ଓ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ୩୦୨ କଲେଜର ୫୯୨ ଅଧ୍ୟାପକ ଉପକୃତ ହେବେ। ସେହିପରି ୮୦୪ ସ୍କୁଲର ୮୩୯୪ କର୍ମଚାରୀ ଉପକୃତ ହେବେ।

ବିଭିନ୍ନ ଦାବି ପୂରଣ ପାଇଁ ଶିକ୍ଷକ ଓ ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିର ଧାରଣା ଦେଉଛନ୍ତି। ଏପରିକି ଖାତା ମୂଲ୍ୟାୟନକୁ ବର୍ଜନ କରିଛନ୍ତି। ଯାହାଫଳରେ ରାଜ୍ୟ ସରକାର ଅଡୁଆରେ ପଡ଼ି ଯାଇଥିଲେ। ଶିକ୍ଷକ ଓ ଅଧ୍ୟାପକଙ୍କ ସହିତ ବାରମ୍ୱାର ଆଲୋଚନା କରିଥିଲେ। ମାତ୍ର କିଛି ନିଷ୍କର୍ଷ ବାହାରି ପାରିନଥିଲା। ଏବେ ମଧ୍ୟ ଶିକ୍ଷକ ଓ ଅଧ୍ୟାପକମାନେ ଧାରଣାରେ ବସି ଆନ୍ଦୋଳନ କରୁଛନ୍ତି। ତେବେ ଆଂଶିକ ବ୍ଲକଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ ଅଧ୍ୟାପକଙ୍କୁ ପାଇଁ ରାଜ୍ୟ ସରକାରଙ୍କ ଏ ପୂରଣ ପାଇଁ ବାରମ୍ୱାର ଆଲୋଚନା କରିଥିଲେ ମଧ୍ୟ ବିଫଳ ହେଉଛି।