ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ମୀର ସାହିରୁଦ୍ଦିନ କୋଲକାତାରୁ ଗିରଫ ହୋଇଛନ୍ତି। ଓଡ଼ିଶା ଲିଙ୍କରେ ସିବିଆଇ ତାଙ୍କୁ ଖୁବ୍‌ଶୀଘ୍ର ଭୁବନେଶ୍ୱର ଆଣି ପଚରାଚଉରା କରିବ। ପୂର୍ବରୁ ଏହି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଆୟୁବ ସାହା ଗିରଫ ହୋଇ ଜେଲରେ ଅଛନ୍ତି। ଚିଟ୍‌ଫଣ୍ଡ ଘୋଟାଲା ପଦାକୁ ଆସିଲା ପରେ ମୀର ନାଇଜେରିଆ ପଳାଇ ଯାଇଥିଲେ। ସେଠାରେ ତାଙ୍କର ମାଇନ୍ସ ଥିବାରୁ ସେ ଖଣି ବ୍ୟବସାୟ କରୁଥିଲେ। ତାଙ୍କ ସଂସ୍ଥା ଓଡ଼ିଶାରୁ ୫୦୦ କୋଟି ଟଙ୍କା ଠକି […]

mir

mir

Rakesh Mallick
  • Published: Friday, 03 February 2017
  • Updated: 03 February 2017, 08:24 PM IST

Sports

Latest News

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ମୀର ସାହିରୁଦ୍ଦିନ କୋଲକାତାରୁ ଗିରଫ ହୋଇଛନ୍ତି। ଓଡ଼ିଶା ଲିଙ୍କରେ ସିବିଆଇ ତାଙ୍କୁ ଖୁବ୍‌ଶୀଘ୍ର ଭୁବନେଶ୍ୱର ଆଣି ପଚରାଚଉରା କରିବ। ପୂର୍ବରୁ ଏହି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଆୟୁବ ସାହା ଗିରଫ ହୋଇ ଜେଲରେ ଅଛନ୍ତି।

ଚିଟ୍‌ଫଣ୍ଡ ଘୋଟାଲା ପଦାକୁ ଆସିଲା ପରେ ମୀର ନାଇଜେରିଆ ପଳାଇ ଯାଇଥିଲେ। ସେଠାରେ ତାଙ୍କର ମାଇନ୍ସ ଥିବାରୁ ସେ ଖଣି ବ୍ୟବସାୟ କରୁଥିଲେ। ତାଙ୍କ ସଂସ୍ଥା ଓଡ଼ିଶାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଗ୍ରୀନ୍‌ରେ ସଂସ୍ଥା ମହାରାଷ୍ଟ୍ର, ଗୋଆ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଆଦି ସ୍ଥାନରେ ୧୦୦ଟି ବ୍ରାଞ୍ଚ ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଠକି ନେଇଥିଲା। ଏପରିକି ତାଙ୍କର ମଧ୍ୟ ଗୋଲ୍ଡ ଟ୍ରେଡିଂ, କସମେଟିକ, ଗାରମେଟ୍‌ ଓ ଫାର୍ମାସିଟିକାର ବ୍ୟବସାୟ ରହିଥିଲା। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୫୭ ଲକ୍ଷ ଟଙ୍କା ଜବତ କରିଥିଲା। ଏହାସହ ୨୦ ଏକରରୁ ଅଧିକ ଜମି ବାଜ୍ୟାପ୍ତି ହୋଇଥିଲା।

ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ସଂସ୍ଥାରେ କାର୍ଯ୍ୟ କରୁଥିବା ପଶ୍ଚିମବଙ୍ଗର କିଛି ଏଜେଣ୍ଟ ଆଜି ସିବିଆଇ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos