ମହିଳା ଆନ୍ଦୋଳନକାରୀଙ୍କୁ ଜବରଦସ୍ତ ଉଠାଇ ଦେଲେ ପୁରୁଷ ପୋଲିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀ ଭୁବନେଶ୍ୱରରେ ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।  ପୋଲିସ ମାନବିକତା ହରାଇ ଜିଆରଏସ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଫଳରେ ଆନ୍ଦୋଳନ କରୁଥିବା ଜିଆର୍‌ଏସ୍‌ମାନେ ଜୀବନ ବିକାଳରେ ଦୌଡ଼ିଥିଲେ। ଏପରିକି ମହିଳା ଆନ୍ଦୋଳନକାରୀଙ୍କୁ ପୁରୁଷ ପୋଲିସ୍ କର୍ମଚାରୀମାନେ ମଧ୍ୟ ଜୋରଜବରଦସ୍ତି ଉଠାଇ ନେଉଥିବା, ମାଡ଼ ମାରୁଥିବା ଓ ଚୁଟି ଟାଣୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ସେଠାରେ ମହିଳା ପୋଲିସ୍ ବି ଥିଲେ […]

grs

grs

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 02:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀ ଭୁବନେଶ୍ୱରରେ ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।  ପୋଲିସ ମାନବିକତା ହରାଇ ଜିଆରଏସ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଫଳରେ ଆନ୍ଦୋଳନ କରୁଥିବା ଜିଆର୍‌ଏସ୍‌ମାନେ ଜୀବନ ବିକାଳରେ ଦୌଡ଼ିଥିଲେ। ଏପରିକି ମହିଳା ଆନ୍ଦୋଳନକାରୀଙ୍କୁ ପୁରୁଷ ପୋଲିସ୍ କର୍ମଚାରୀମାନେ ମଧ୍ୟ ଜୋରଜବରଦସ୍ତି ଉଠାଇ ନେଉଥିବା, ମାଡ଼ ମାରୁଥିବା ଓ ଚୁଟି ଟାଣୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ସେଠାରେ ମହିଳା ପୋଲିସ୍ ବି ଥିଲେ ଓ ସେମାନେ ବି ମହିଳା ଆନ୍ଦୋଳନକାରୀଙ୍କୁ ହଟାଇଥିଲେ। ଏହାର କିଛି ଫଟୋ ଓଡ଼ିଶା ରିପୋର୍ଟରର ହସ୍ତଗତ ହୋଇଛି।

grsgrs4ଏ ଘଟଣା ନେଇ ଆଜି ଜିଆର୍‌ଏସ୍‌ମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଫେରାଦ ହୋଇଥିଲେ। ଧର୍ମେନ୍ଦ୍ର କହିଛନ୍ତି ଯେ ସେମାନଙ୍କୁ ପୋଲିସ୍ ମାଡ଼ ମାରିବା ଉଚିତ୍ ନଥିଲା।

grsଜିଆରଏସ୍‌ଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମା ଓ ଗ୍ରେଡ୍ ପେ’ ୯୦୦୦ ଟଙ୍କାକୁ ବୃଦ୍ଧି ଏବଂ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଜିଆରଏସ୍‌ମାନେ ଦାବି କରୁଛନ୍ତି। ଗତକାଲି ସେମାନେ ଏକ ବିଶାଳ ଶୋଭାଯାତ୍ରରେ ଲୋୟର ପିଏମଜିରେ ଅଭିମୁଖେ ଯାଉଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମାତ୍ର ଜିଆର୍‌ଏସ୍‌ମାନେ ବଳପୂର୍ବକ ଯିବାକୁ ଉଦ୍ୟମ କଲାବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଲାଠିମାଡରେ କିଛି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos