ଜିଏସ୍‌ଟି ଭୟ: ଜୁଏଲରୀ ଓ ଇଲୋକ୍ଟ୍ରୋନିକ ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର: ମଧ୍ୟରାତିରୁ ଜିଏସ୍‌ଟି ଲଞ୍ଚ୍ ହେଉଥିବା ବେଳେ ନୂଆ ଟିକସ୍‌ ବ୍ୟବସ୍ଥାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। ବିଶେଷ କରି ବ୍ୟବସାୟୀ ଓ ଗ୍ରାହକ। ଜିଏସ୍‌ଟି ଲାଗୁ ପରେ ବିଭିନ୍ନ କ୍ଷେତ୍ରରେ ଦରଦାମ ବଢିବା ଏକପ୍ରକାର ନିଶ୍ଚିତ। ଏପରି ସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଜୁଏଲାରୀ ଓ ଇଲେକ୍ଟ୍ରୋନିକ ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କିଏ ଟିଭି କିଣି ନେଉଥିଲା ତ ଆଉ କିଏ ଫ୍ରିଜ୍, ପୁଣି କିଏ ଓ୍ୱାସିଂମେସିନ୍। ସୂଚନା ଅନୁଯାୟୀ, ଜିଏସ୍‌ଟି […]

gst

gst

Rakesh Mallick
  • Published: Friday, 30 June 2017
  • Updated: 30 June 2017, 10:13 PM IST

Sports

Latest News

ଭୁବନେଶ୍ୱର: ମଧ୍ୟରାତିରୁ ଜିଏସ୍‌ଟି ଲଞ୍ଚ୍ ହେଉଥିବା ବେଳେ ନୂଆ ଟିକସ୍‌ ବ୍ୟବସ୍ଥାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। ବିଶେଷ କରି ବ୍ୟବସାୟୀ ଓ ଗ୍ରାହକ। ଜିଏସ୍‌ଟି ଲାଗୁ ପରେ ବିଭିନ୍ନ କ୍ଷେତ୍ରରେ ଦରଦାମ ବଢିବା ଏକପ୍ରକାର ନିଶ୍ଚିତ। ଏପରି ସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଜୁଏଲାରୀ ଓ ଇଲେକ୍ଟ୍ରୋନିକ ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କିଏ ଟିଭି କିଣି ନେଉଥିଲା ତ ଆଉ କିଏ ଫ୍ରିଜ୍, ପୁଣି କିଏ ଓ୍ୱାସିଂମେସିନ୍।

ସୂଚନା ଅନୁଯାୟୀ, ଜିଏସ୍‌ଟି ଲାଗୁ ହେବା ପରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟ ୪ରୁ ୫ ପ୍ରତିଶତ ମହଙ୍ଗା ହେବ। ତେଣୁ ଏହା ପୂର୍ବରୁ ବିଭିନ୍ନ ଘରୋଇ ଉପକରଣ କିଣିବାକୁ ଗ୍ରାହକ ଦୋକାନରେ ଭିଡ ଲଗାଇଥିଲେ।

ସେହିପରି ସୁନା ଦୋକାନରେ ବି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରି-ଜିଏସ୍‌ଟି ଅଫର୍ ଘୋଷଣା କରାଯାଇଛି। ତେବେ ଅଳଙ୍କାର ଉପରେ ଜିଏସ୍‌ଟି କିଭଳି ଲାଗୁ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବ୍ୟବସାୟୀ କହିଛନ୍ତି। କେତେକ ସପିଂ ମଲ୍ ଆଜି ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos