ଛତର ଯାତ୍ରା ପାଇଁ ଗାଇଡ୍‌ଲାଇନ୍, ଜାରି ହେବ ୧୪୪ ଧାରା

ଭବାନୀପାଟଣା (ରାଜକୁମାର ସିଂହଦେଓ): ୨୪ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ। ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି।

ଗାଇଡ୍‌ଲାଇନ୍‌ ଅନୁସାରେ, ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରାଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଜରୁରୀ ସେବାକୁ ଛାଡ଼ି ଅନ୍ୟ କୌଣସି କାମ ପାଇଁ ନଆସିବାକୁ କୁହାଯାଇଛି।

ସେହିପରି ଛତର ଯିବାକୁ ଥିବା ଜେନାଖାଲରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଏହା ସହ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୨ ରାତି ୧୨ରୁ ୨୫ ତାରିଖ ରାତି ୧୨ ଯାଏ ଏହି କଟକଣା ଜାରି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।