ଗୁଣ୍ଡିଚା ମନ୍ଦିରରେ ଅଘଟଣ: କୂଅରେ ଖସି ପଡ଼ିଲେ ୩ ଜଣ

ପୁରୀ: ଗୁଣ୍ଡିଚା ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିର ପରିସରରେ ଥିବା କୂଅରୁ ପାଣି କଢୁଥିବା ବେଳେ ୩ ଜଣ ଖସି ପଡ଼ିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସାମାନ୍ୟ ଆହତ ଥିବା ଜଣାପଡିଛି।