ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ ଲାଗି ଅଧିକ ୧୪୨ କୋଟି ଟଙ୍କା ଦାବି କଲା ରାଜ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ମାଓ ପ୍ରଭାବିତ ରାଜ୍ୟ ଗୁଡିକର ସମୀକ୍ଷା ବୈଠକରେ ମାଲକାନଗିରି ଜିଲ୍ଲାରେ ଚାଲିଥିବା ଗୁରୁପ୍ରିୟା ସେତୁର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ରକୁ ଅଧିକ ୧୪୨ କୋଟି ଟଙ୍କା ମାଗିଛନ୍ତି ରାଜ୍ୟ ସରକାର। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଯୋଗଦେଇ ଏହି ଦାବି କରିଛନ୍ତି। ଏହାସହ ରାଜ୍ୟ ପାଇଁ ଆଉ ୨ଟି କେନ୍ଦ୍ରୀୟ ବାଟାଲିୟନ ଓ ନିରାପତ୍ତା ସମ୍ପର୍କିତ ଖର୍ଚ୍ଚ ବା ଏସ୍‌ଆରଇ ଯୋଜନାରେ ଆଉ ୩ଟି ଜିଲ୍ଲା ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୋଳକୁ ସାମିଲ କରିବାକୁ ସେ ଦାବି କରିଛନ୍ତି।

ପାଢୀ କହିଛନ୍ତି, “ମାଓବାଦ ପ୍ରଭାବିତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ତରଫରୁ ୨ଟି ଅତିରିକ୍ତ କେନ୍ଦ୍ରୀୟ ବାଟାଲିୟନ ଦେବାକୁ ଆମେ ଦାବି କରିଛୁ। ଏସ୍‌ଆରଇରେ ୩ଟି ଜିଲ୍ଲା କାଟି ଆଉ ୩ଟି ଜିଲ୍ଲାକୁ ସାମିଲ କରିବାକୁ ଆମେ ଅନୁରୋଧ କରିଛୁ। ଗୁରୁପ୍ରିୟା ସେତୁ ବିଷୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କୁ ଅଧିକ ୧୪୨ କୋଟି ଟଙ୍କା ଦେବାକୁ ଆମେ ଦାବି କରିଛୁ।”

ବୈଠକରେ ଓଡ଼ିଶା ସମେତ ୭ଟି ରାଜ୍ୟର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉନ୍ନୟନ କାମର ସମୀକ୍ଷା କରାଯାଇଥିଲା। କେନ୍ଦ୍ର ଗୃହ ସଚିବ ରାଜୀବ ମେହର୍ଷିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜାନାଥ ସିଂଙ୍କ ସହ ୭ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଅଫିସ୍‌ ଯିବାକୁ ପଡ଼ିବନି, କ୍ଲିକ୍‌ କଲେ ହୋଇଯିବ କାମ

ବୃଦ୍ଧାଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ

ମାଗିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିସାବ: କାମ ଯୋଗାଇଦେବେ ନା, କେବଳ ପ୍ରଚାର

ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ, ଦାମ କେତେ ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରୁ ଘରକୁ ଫେରିଲେ ନୀଳଗିରି ବିଧାୟକ

ଗରିବଙ୍କ ‘ଆବାସ’ ଆବେଦନ ପତ୍ରକୁ ପୋଡ଼ି ଦିଆଯାଉଛି: ବିଜେପି

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଘର ମାଲିକଙ୍କୁ ଜେରା

ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ିଲା ଆଡମିଶନ ତାରିଖ

ଗଞ୍ଜାମ ସ୍ଥିତି ସଙ୍ଗିନ୍‌: ବ୍ରହ୍ମପୁର ସୀମା ସିଲ୍‌, ୭ ଏନ୍‌ଏସି ଶଟ୍‌ଡାଉନ୍‌

ଏସ୍‌ସିବିରେ ପ୍ଲାଜମା ଥେରାପି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ଆରମ୍ଭ ହେଲା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ

ଲାଞ୍ଚ ନେଇ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ