ବଦଳିଲା ଗୁରୁପ୍ରିୟା ସେତୁର ଢଳିଥିବା ପାଇଲ୍‌ଗୁଡ଼ିକର ଡିଜାଇନ୍‌, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ନେଇ ଆଶଙ୍କା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପାଇଁ ନିର୍ମାଣ ହେଉଥିବା ଗୁରୁପ୍ରିୟା ସେତୁର କିଛି ପାଇଲ୍ ଢଳି ଯିବା ପରେ ସେଗୁଡ଼ିକର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଛି। ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ସେତୁ କାମ ଶେଷ ହେବା ନେଇ ଆଶଙ୍କା ଦେଖାଯାଇଛି। ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୧୭ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ୟା ସୃଷ୍ଟି ହୋଇଥିଲା ଏହି ନିର୍ମାଣାଧୀନ ସେତୁର ୧୩ ନମ୍ବର ପାଇଲ୍‌ ଢଳି […]

gurupriya setu

gurupriya setu

Rakesh Mallick
  • Published: Friday, 15 April 2016
  • Updated: 15 April 2016, 04:32 PM IST

Sports

Latest News

gurupriya setu-2ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପାଇଁ ନିର୍ମାଣ ହେଉଥିବା ଗୁରୁପ୍ରିୟା ସେତୁର କିଛି ପାଇଲ୍ ଢଳି ଯିବା ପରେ ସେଗୁଡ଼ିକର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଛି। ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ସେତୁ କାମ ଶେଷ ହେବା ନେଇ ଆଶଙ୍କା ଦେଖାଯାଇଛି।

ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୧୭ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସମସ୍ୟା ସୃଷ୍ଟି ହୋଇଥିଲା ଏହି ନିର୍ମାଣାଧୀନ ସେତୁର ୧୩ ନମ୍ବର ପାଇଲ୍‌ ଢଳି ଯିବା ପରେ। ଏହା ପରେ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ କମ୍ପ୍ୟୁଟରରେ ଲୋଡ୍‌ ଥିବା ଗୁରୁପ୍ରିୟା ସେତୁର ପ୍ରତିଟି ପାଇଲ୍‌ର ଡିଜାଇନ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚରୁ ଜଣାପଡ଼ିଲା ଯେ ୧୩ ନମ୍ବର ପାଇଲ୍ ତଳେ ବଡ଼ ପଥର ରହିଛି। ଏହା ହିଁ ପାଇଲ୍ ଢଳି ଯିବାର କାରଣ।

ପଙ୍କ, କାଦୁଅ ଓ ପଥରର ଆସ୍ତରଣ ଯୋଗୁଁ ଗୁରୁପ୍ରିୟା ସେତୁର ପାଇଲ୍ ନିର୍ମାଣ ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି। ପାଇଲ୍ ଗୁଡ଼ିକ ତଳେ ଥିବା ମାଟିର ସ୍ଥିତିକୁ ଯାଞ୍ଚ କଲା ପରେ ଢଳି ପଡ଼ିଥିବା ସମସ୍ତ ପାଇଲ୍ ପାଇଁ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି।

ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟର ଟିମ୍‌ ଲିଡର ସି.ବାଲକ୍ରିଷ୍ଣା କହିଛନ୍ତି,“ଢଳି ଯାଇଥିବା ପାଇଲ୍‌ଗୁଡ଼ିକ ଗଭୀର ଜଳରେ ତିଆରି ହୋଇଥିଲା। ଆମେ ଏହି ସେତୁର ଡିଜାଇନ୍‌ରେ ଥିବା ଦୁର୍ବଳତାଗୁଡ଼ିକୁ ବାହାରି କରି ନୂଆ ଡିଜାଇନ୍‌ ପ୍ରସ୍ତୁତ କରିଛୁ। ଏହି ସେତୁର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ। ଜମା ଅଧିକ ସମୟ ଲାଗିବ ନାହିଁ। ଏନେଇ ଆମେ ଯତ୍ନଶୀଳ।”

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ଏହି ସେତୁର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଆମକୁ ଅସୁବିଧା ହେଉଛି। ଆମକୁ ନିତିଦିନିଆ କାର୍ଯ୍ୟ ପାଇଁ ହୁଲି ଡଙ୍ଗାର ସାହାଯ୍ୟ ନେବାକୁ ପଡୁଛି। ଯେତେଶୀଘ୍ର ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବ ଆମେ ଉପକୃତ ହେବୁ।”

ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ଗୁରୁପ୍ରିୟା ସେତୁର ସୁପରଭିଜନ୍ କାର୍ଯ୍ୟ ଆର୍କିଟେକ୍ନୋ କନସଲଣ୍ଟାନ୍ସୀ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦେଇଛି। ଏହି ସଂସ୍ଥା ୨୦୧୫ ଡିସେମ୍ବର ୨୯ରୁ ସେତୁର ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଛି। ଏହାର ଏଗ୍ରିମେଣ୍ଟ୍ ଭାଲ୍ୟୁ ରହିଛି ପ୍ରାୟ ୩ କୋଟି ୬୭ ଲକ୍ଷ ଟଙ୍କା। ଗୁରୁପ୍ରିୟା ସେତୁ ପାଇଁ ମୋଟ୍‌ ବ୍ୟୟବରାଦ ହୋଇଛି ୧୭୨ କୋଟି ୫୮ଲକ୍ଷ ୪୮ ହଜାର ଟଙ୍କା। ଏହି ସେତୁ ନିର୍ମାଣ ହେଲା ପରେ ୧୫୨ଟି ଗାଁକୁ ଯୋଗାଯୋଗ ସମ୍ଭବ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story