ଗୁରୁପ୍ରିୟା ସେତୁ ପାଇଁ କେନ୍ଦ୍ରକୁ ଅର୍ଥ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ମାଲକାନଗିରିରେ ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ କେନ୍ଦ୍ରକୁ ଅର୍ଥ ମାଗିଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ସଚିବ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ୨୪. ୩୧ କୋଟି ଖର୍ଚ୍ଚ ହୋଇସାରିଛି। ଆବଶ୍ୟକ ବାକି ୧୪୨.୨୫ କୋଟି ଅର୍ଥ ପ୍ରଦାନ କରିବାକୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ଏହି ସେତୁ ନିର୍ମାଣରେ ପୂର୍ବରୁ ଅନେକ ବାଧା ସୃଷ୍ଟି ହୋଇଥିଲା। […]

Gurupriya-bridge

Gurupriya-bridge

Rakesh Mallick
  • Published: Monday, 02 November 2015
  • Updated: 02 November 2015, 03:58 AM IST

ଭୁବନେଶ୍ୱର: ମାଲକାନଗିରିରେ ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ କେନ୍ଦ୍ରକୁ ଅର୍ଥ ମାଗିଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ସଚିବ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ୨୪. ୩୧ କୋଟି ଖର୍ଚ୍ଚ ହୋଇସାରିଛି। ଆବଶ୍ୟକ ବାକି ୧୪୨.୨୫ କୋଟି ଅର୍ଥ ପ୍ରଦାନ କରିବାକୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ଏହି ସେତୁ ନିର୍ମାଣରେ ପୂର୍ବରୁ ଅନେକ ବାଧା ସୃଷ୍ଟି ହୋଇଥିଲା। ତେବେ ଗତବର୍ଷଠାରୁ ସେଠାରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୧୭ ସେପଟେମ୍ୱର ସୁଦ୍ଧା ସେତୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମାଲକାନଗିରି ବିଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ଥିବା ଗୁରୁପ୍ରିୟା ସେତୁ ଅତ୍ୟନ୍ତ ଜରୁରୀ। ତେଣୁ ଏହାର ନିର୍ମାଣ କାମ ଶୀଘ୍ର ସାରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏଇ ସେତୁ ହେଲେ ବିଛିନ୍ନାଞ୍ଚଳର ୧୫୨ ଗାଁକୁ ଯୋଗଯୋଗ ସମ୍ଭବ ହେବ।

ଗତ ସେପଟେମ୍ୱରରେ ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା ମାଲକାନଗିରି ଗୁରୁପ୍ରିୟା ସେତୁସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।। ସେତୁ କାମ ତ୍ୱରାନ୍ୱିତ କରିବା ପାଇଁ ଉନ୍ନୟନ କମିଶନର ଠିକା ସଂସ୍ଥାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos