ଦୁଇ ଭାଇଙ୍କୁ ପ୍ରଥମେ ବିଚ ରାସ୍ତାରେ ହାଣିଲେ, ତା’ପରେ ଟ୍ରକ୍‌ ଚଢ଼ାଇ ଦେଲେ

ଆଠଗଡ଼(ନୀଳକଣ୍ଠ ଡୋରା): ଭୟଙ୍କର ଓ ନିର୍ମମ ହତ୍ୟାକାଣ୍ଡର ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଠଗଡ ଅନ୍ତର୍ଗତ ତିଗିରିଆ ଥାନା ଭିରୁଡ଼ା ଛକରେ ଦୁଇ ଭାଇଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ବେଳର ଦୃଶ୍ୟ ଏହି ଭିଡିଓରେ ରହିଛି। ପ୍ରଥମେ ଦୁଇ ଭାଇଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ସେମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ସେମାନଙ୍କ ଉପରେ ଆକ୍ରମଣକାରୀମାନେ ୧୦ ଚକିଆ ଟ୍ରକ […]

cuttuck

cuttuck

Hemant Lenka
  • Published: Monday, 11 July 2022
  • Updated: 11 July 2022, 05:52 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଡୋରା): ଭୟଙ୍କର ଓ ନିର୍ମମ ହତ୍ୟାକାଣ୍ଡର ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଠଗଡ ଅନ୍ତର୍ଗତ ତିଗିରିଆ ଥାନା ଭିରୁଡ଼ା ଛକରେ ଦୁଇ ଭାଇଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ବେଳର ଦୃଶ୍ୟ ଏହି ଭିଡିଓରେ ରହିଛି। ପ୍ରଥମେ ଦୁଇ ଭାଇଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ସେମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ସେମାନଙ୍କ ଉପରେ ଆକ୍ରମଣକାରୀମାନେ ୧୦ ଚକିଆ ଟ୍ରକ ଚଢ଼ାଇ ଦେଇଛନ୍ତି।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ବିଚଳିତ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଏହି ହତ୍ୟାକାଣ୍ଡ ଜୁଲାଇ ୭ ତାରିଖ ଘଟିଥିଲା। ତେବେ ଘଟଣାର ୫ଦିନ ପରେ ବି ହତ୍ୟାକାରୀଙ୍କ ଟେର ପାଉନି ତିଗିରିଆ ପୁଲିସ। ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ତିଗିରିଆ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଆରମ୍ଭ କରିଛି।

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଉପର ଛକକୁ ଜୁଲାଇ ୭ ତାରିଖ ଅପରାହ୍ନରେ ଦୁଇ ଭାଇ ଶରତ ଓ ଲକ୍ଷ୍ମଣ ଦେହୁରୀ ନୂଆ କରି ବାହା ହୋଇଥିବା ଝିଅର ସଜ ଜିନିଷ କିଣିବାକୁ ଯାଇଥିଲେ। ସେମାନେ ଏକାଠି କିଣାଣକିଣି କରି ଗୋଟିଏ ଦୋକାନରେ ବସିଥିବା ବେଳେ କିଛି ଯୁବକ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନଙ୍କ ସହ ଆଉ ଜଣେ ସମ୍ପର୍କୀୟ ଭାଇ ଅଶୋକ ବେହେରା ମଧ୍ୟ ରହିଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଶୋକ ବେହେରା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି, “ଆମେ ୩ ଭାଇ ବଜାରକୁ ଯାଇଥିବା ବେଳେ କିଛି ଲୋକ ଆମକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମୋର ଦୁଇ ଭାଇ ଶରତ ଓ ଲକ୍ଷ୍ମଣଙ୍କୁ ସେମାନେ ଖଣ୍ଡାରେ ହାଣି ତଳେ ପକାଇ ଦେଇଥିଲେ। ଏହାପରେ ସେମାନଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିଲେ। ମୋତେ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ହେଲେ ମୁଁ ବହୁତ କଷ୍ଟରେ ସେମାନଙ୍କ କବଳରୁ ଖସି ଆସି ତିଗିରିଆ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଆକ୍ରମଣକାରୀମାନଙ୍କୁ ମୁଁ ଚିହ୍ନି ନାହିଁ।”

ମୃତକ ଶରତଙ୍କ ପୁଅ ଦୁଷ୍ମନ୍ତ ଦେହୁରୀ କହିଛନ୍ତି, “ମୋ ବାପା ଦେଈର ସଜ ଜିନିଷ କିଣିବାକୁ ବଜାରକୁ ଯାଇଥିଲେ। କିଣା କିଣି ପରେ ମୋ ବାପା ଚା’ ପିଉଥିଲେ। ଏହି ସମୟରେ ହୋଲି ବେଳେ ସୃଷ୍ଟି ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ମିହିର, ସୁକୁଟା ଓ ତାଙ୍କ ଗ୍ରୁପର ୭ରୁ ୮ ଜଣ ଯୁବକ ମୋ ବାପା ଓ ଦାଦାଙ୍କୁ ଆକ୍ରମଣ କରିଥିଲେ। ମୋ ବାପାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ସେମାନେ ବାପା ଓ ଦାଦାଙ୍କ ଉପରେ ଟ୍ରକ୍‌ ଚଢ଼ାଇ ମାରି ଦେଇଥିଲେ। ହୋଲି ବିବାଦ ଥାନାରେ ସମାଧାନ ହୋଇଥିଲା। ତଥାପି ସେମାନେ ଏପରି କାଣ୍ଡ ଘଟାଇଛନ୍ତି। ଆମେ ଥାନାରେ ଏତଲା ଦେଇଛୁ। ଆମକୁ ପୁଲିସ୍ ନ୍ୟାୟ ଦେଉ।”

ମୃତ ଲକ୍ଷ୍ମଣଙ୍କ ପୁଅ କାଳନ୍ଦୀ ଦେହୁରୀ କହିଛନ୍ତି, “ବଡ଼ବାପା(ଶରତ ଦେହୁରୀ)ଙ୍କ ପୂର୍ବରୁ କିଛି ଲୋକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ବାପାଙ୍କର କୌଣସି ଝଗଡ଼ା ନଥିଲା। ଆମକୁ ପ୍ରଥମେ କୁହାଯାଇଥିଲା ଯେ ବାପାଙ୍କର ଗାଡ଼ି ଦୁର୍ଘଟଣା ହୋଇଛି। ଆମେ ଛକକୁ ଯିବା ପରେ ବାପା ଓ ବଡ଼ ବାପା ପଡ଼ିଥିଲେ। କ’ଣ ଘଟିଛି ମୁଁ ଜାଣିନି। କିନ୍ତୁ ସମସ୍ତେ କହୁଛନ୍ତି ଯେ ବାପା ଓ ବଡ଼ ବାପାଙ୍କୁ ହାଣିବା ପରେ ଟ୍ରକ ଚଢ଼ାଇ ହତ୍ୟା କରାଯାଇଛି।”

ଅନ୍ୟପକ୍ଷରେ ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି କହିଛି ଯେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାର ଏପରି ଘଟିଥିବା ଜଣାପଡ଼ୁଛି। ତଥାପି ତଦନ୍ତ ପରେ ସବୁ କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story