୧୭ ଦିନ ହେବ ନିଖୋଜ ଥିଲେ ଯୁବକ, ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ବିନିକା(ଓଡ଼ିଶା ରିପୋର୍ଟର):  ୧୭ ଦିନ ହେବ ନିଖୋଜ ଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଵାଉଁଶୁଣି ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସୁରେଶ ଭୋଇ। ତାଙ୍କୁ ୨୨ବର୍ଷ ହୋଇଥିଲା। ତାଙ୍କ ଘର ଵାଉଁଶୁଣି ଗାଁ ନିକଟରେ। ଗତ ୩ ତାରିଖରେ ସୁରେଶ ଘରୁ ସାଇକେଲ ନେଇ କୁଆଡ଼େ ଚାଲି ଯାଇଥିଲେ।  ଆଉ ଘରକୁ ଫେରି ନ ଥିଲେ। ପରିବାର […]

binika

binika

Tapaswini Nayak
  • Published: Monday, 20 June 2022
  • Updated: 20 June 2022, 03:39 PM IST

ବିନିକା(ଓଡ଼ିଶା ରିପୋର୍ଟର):  ୧୭ ଦିନ ହେବ ନିଖୋଜ ଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଵାଉଁଶୁଣି ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସୁରେଶ ଭୋଇ। ତାଙ୍କୁ ୨୨ବର୍ଷ ହୋଇଥିଲା। ତାଙ୍କ ଘର ଵାଉଁଶୁଣି ଗାଁ ନିକଟରେ।

ଗତ ୩ ତାରିଖରେ ସୁରେଶ ଘରୁ ସାଇକେଲ ନେଇ କୁଆଡ଼େ ଚାଲି ଯାଇଥିଲେ।  ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏନେଇ ସୁରେଶଙ୍କ ବାପା ବିନିକା ଥାନାରେ ଅଭିଯୋଗ କରିଥିଲେ।

ଆଜି ସକାଳେ ଜଣେ ମହିଳା ଗାଁ ନିକଟରେ ଥିବା ଡୁଗୁମାଳି ଜଙ୍ଗଲକୁ ଶୌଚ କରିବା ପାଇଁ ଯାଇଥିଲେ। ସେଠାରେ ସୁରେଶଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସୁରେଶଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସୁରେଶ ମାନସିକ ରୋଗୀ ଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos