ରାଜଧାନୀର ଏକ ଭଡ଼ା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅଞ୍ଚଳର ସୁନ୍ଦରପଦା ବେହେରା ସାହିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଅଜିତ କୁମାର। ଗତ ୨ବର୍ଷ ହେଲା ଅଜିତ ସୁନ୍ଦରପଦା ବେହେରା ସାହିରେ ଭଡ଼ାରେ ରହି ଆସୁଥିଲେ।

BBSR
ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି

ଗତକାଲି ରାତିରେ ଅଜିତଙ୍କ ମୃତଦେହ  ଘରେ ଝୁଲିଥିବା ଘର ମାଲିକ ଦେଖିଥିଲେ। ଏନେଇ  ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରିବା ବ୍ୟବଚ୍ଛେଦ ପଠାଇଛି। ଅଜିତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାର କାରଣ ଜଣାପଡ଼ି ପାହିଁ। ପୁଲିସ ଅଜିତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।  ଗତକାଲି ରାତିରେ ଅଜିତଙ୍କ ସହ କିଛି ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।