ହଂସପାଳ ଛକରେ ରାସ୍ତା ଶିଳାନ୍ୟାସ

hanspalଭୁବନେଶ୍ୱର: ଭୁବନେଶ୍ୱର ସ୍ମାଟ୍‌ସିଟି ଆଖପାଖ ଅଞ୍ଚଳକୁ ସହରୀକରଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ରାଜଧାନୀ ଉପକଣ୍ଠରେ ଥିବା ଗ୍ରାମ ଗୁଡ଼ିକର ରାସ୍ତା ଓ ଅନ୍ୟାନ୍ୟ ଆବଶ୍ୟକ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା।

ହଂସପାଳ ଛକ ନିକଟରୁ ନହରକଣ୍ଟା ପର୍ଯ୍ୟନ୍ତ ଅଢ଼େଇ କି.ମି ରାସ୍ତାର ଶିଳାନ୍ୟାସ ହୋଇଛି। ଏଥିପାଇଁ ୩ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

କୁଆଖାଇ ନଦୀ ସ୍ପିଲ୍‌ ଜୋନ୍‌ର ୪୦୦ ମିଟର ବନ୍ଧର ସୁଦୃଢ଼ି କରଣ କାମ ଆରମ୍ଭ ହୋଇଛି। ଏଥିରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।