ରକ୍ତ ଭଣ୍ଡାର ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ

କଟକ: କଟକ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ବେଣୁଧର ଶତପଥୀ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅସଦାଚରଣ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି। ରକ୍ତ ଭଣ୍ଡାରର ଏହି ମହିଳା କର୍ମଚାରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଡ୍ୟୁଟି ସରିବା ପରେ ମଧ୍ୟ ତାଙ୍କୁ ଅଫିସ୍‌ରେ ରହିବା ପାଇଁ କହୁଥିଲେ ବେଣୁଧର। ସେ ଏକୁଟିଆ ଅଫିସ୍‌ରେ ଥିବା ସମୟରେ ବେଣୁଧର ତାଙ୍କୁ ତାଙ୍କ ରୁମ୍‌କୁ ଡାକି ଅଶାଳୀନ ବ୍ୟବହାର କରୁଥିଲେ। ସେ ଏହାର […]

bloodbank

bloodbank

Rakesh Mallick
  • Published: Monday, 06 June 2016
  • Updated: 06 June 2016, 06:56 PM IST

Sports

Latest News

bloodbankକଟକ: କଟକ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ବେଣୁଧର ଶତପଥୀ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅସଦାଚରଣ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି।

ରକ୍ତ ଭଣ୍ଡାରର ଏହି ମହିଳା କର୍ମଚାରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଡ୍ୟୁଟି ସରିବା ପରେ ମଧ୍ୟ ତାଙ୍କୁ ଅଫିସ୍‌ରେ ରହିବା ପାଇଁ କହୁଥିଲେ ବେଣୁଧର। ସେ ଏକୁଟିଆ ଅଫିସ୍‌ରେ ଥିବା ସମୟରେ ବେଣୁଧର ତାଙ୍କୁ ତାଙ୍କ ରୁମ୍‌କୁ ଡାକି ଅଶାଳୀନ ବ୍ୟବହାର କରୁଥିଲେ। ସେ ଏହାର ପ୍ରତିବାଦ କଲେ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ତାଙ୍କୁ ଅଧିକ ରାତି ଯାଏଁ କାମ କରାଉଥିଲେ।

ଅଭିଯୋଗକାରିଣୀ କହିଛନ୍ତି,“ରକ୍ତ ଭଣ୍ଡାର ନିର୍ଦ୍ଦେଶକ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ଅଫିସ୍‌ରେ କେହି ନ ଥିବା ବେଳେ ସେ ମୋତେ ତାଙ୍କ ରୁମ୍‌କୁ ଡାକନ୍ତି। ରୁମ୍‌ରେ ଏକାକୀ ପାଇ ଅସଦାଚରଣ କରନ୍ତି। ବେଳେ ବେଳେ ମୋ ହାତ ଧରି ଟାଣି ପକାନ୍ତି। ମୁଁ ଏକଥା କାହାରିକୁ ନ କହିବାକୁ ଧମକ ବି ଦିଅନ୍ତି। ମୋତେ ମାରି ଦେବାକୁ ବି ସେ ଧମକ ଦେଇଛନ୍ତି। ତାଙ୍କ କଥା ନ ମାନିଲେ ବିନା କାରଣରେ ମୋତେ ସ୍ପଷ୍ଟୀକରଣ ମାଗନ୍ତି।”

ସେ ଆହୁରି ଅଭିଯୋଗ କରିଛନ୍ତି,“ ରକ୍ତ ଭଣ୍ଡାରର ଜଣେ ଅସ୍ଥାୟୀ ଡ୍ରାଇଭରଙ୍କୁ ନିର୍ଦ୍ଦେଶକ ବେଆଇନ୍ ଭାବେ କ୍ୱାର୍ଟର୍ସ ଦେଇଛନ୍ତି। ସେହି କ୍ୱାର୍ଟର୍ସକୁ ନିର୍ଦ୍ଦେଶକ ଝିଅମାନଙ୍କୁ ନେଇ ଯାଆନ୍ତି। ଯେଉଁ ଡାଟା ଏଣ୍ଟ୍ରି ଝିଅମାନେ ତାଙ୍କ ସହିତ ଯାଆନ୍ତି ସେମାନଙ୍କୁ ନିର୍ଦ୍ଦେଶକ ପ୍ରମୋସନ୍ ଦିଅନ୍ତି। ମୁଁ ତାଙ୍କ କଥାରେ ରାଜି ହେଉ ନ ଥିବାରୁ ସେ ମୋତେ ହଇରାଣ କରୁଛନ୍ତି।”

ଅନ୍ୟପକ୍ଷରେ ମହିଳା କର୍ମଚାରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରକ୍ତ ଭଣ୍ଡାର ନିର୍ଦ୍ଦେଶକ। ସେ କହିଛନ୍ତି,“ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମୁଁ ମୋ ରୁମ୍‌କୁ କେବେ ବି କୌଣସି ମହିଳା କର୍ମଚାରୀଙ୍କୁ ଏକାକୀ ଆସିବାକୁ କହିନି। ଯେଉଁ ମହିଳା ମୋ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ତାଙ୍କ ସହିତ ମୋର ସଂପର୍କ ହିଁ ନାହିଁ। କାରଣ ସେ ଆମର କର୍ମଚାରୀ ନୁହଁନ୍ତି। ଏକ ବେସରକାରୀ ଏଜେନ୍ସୀ ଜରିଆରେ ତାଙ୍କୁ ଏଠାରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ତାଙ୍କ କାମ ଭଲ ନୁହେଁ। ସବୁ ବେଳେ ଭୁଲ୍ କରନ୍ତି। ବିଳମ୍ବରେ ଅଫିସ୍ ଆସନ୍ତି ଓ ବେଳେ ବେଳେ ଅଫିସ୍ ସମୟ ଶେଷ ହେବା ପୂର୍ବରୁ ଚାଲି ଯାଆନ୍ତି। ତାଙ୍କର ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ଦୁଇ ଥର ନୋଟିସ୍ ମଧ୍ୟ ଜାରି କରାଯାଇଛି। ତଥାପି ତାଙ୍କ ଆଚରଣରେ କୌଣସି ସୁଧାର ନ ଆସିବାରୁ ସମ୍ପୃକ୍ତ ଏଜେନ୍ସୀ ତାଙ୍କୁ କାର୍ଯ୍ୟରୁ ହଟାଇ ଦେଇଥିଲା। ତେଣୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଅଭିଯୋଗ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story