ଆଣ୍ଡାମାନ ଫେରିବେ ଅମିତ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ସମୁଦ୍ର ଭିତରେ ମରଣ ସହ ସାମ୍ନାସାମ୍ନି ହୋଇ ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକ ଅମିତ କୁଜୁରଙ୍କୁ ଖୁବଶୀଘ୍ର ଆଣ୍ଡାମାନ ପଠାଇ ଦିଆଯିବ। ପ୍ରଥମେ ତାଙ୍କୁ ଚେନ୍ନାଇ ନିଆଯିବ। ସେଠାରୁ ଆଣ୍ଡାମାନ ପୁଲିସ୍ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାଶ। ଅମିତଙ୍କୁ ବର୍ତ୍ତମାନ ପୁରୀର ଏକ ଆଶ୍ରୟସ୍ଥଳୀରେ ରଖାଯାଇଛି। ଗତ ୨୬ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳର […]

boat00

boat00

Tapaswini Nayak
  • Published: Tuesday, 29 October 2019
  • Updated: 29 October 2019, 08:27 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ସମୁଦ୍ର ଭିତରେ ମରଣ ସହ ସାମ୍ନାସାମ୍ନି ହୋଇ ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକ ଅମିତ କୁଜୁରଙ୍କୁ ଖୁବଶୀଘ୍ର ଆଣ୍ଡାମାନ ପଠାଇ ଦିଆଯିବ। ପ୍ରଥମେ ତାଙ୍କୁ ଚେନ୍ନାଇ ନିଆଯିବ। ସେଠାରୁ ଆଣ୍ଡାମାନ ପୁଲିସ୍ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାଶ।

ଅମିତଙ୍କୁ ବର୍ତ୍ତମାନ ପୁରୀର ଏକ ଆଶ୍ରୟସ୍ଥଳୀରେ ରଖାଯାଇଛି। ଗତ ୨୬ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳର ସମୁଦ୍ର କୂଳରୁ ଅମିତଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୮ ତାରିଖରେ ଅମିତ ଓ ଦିବ୍ୟରଂଜନ ନାମକ ୨ ନାବିକ ପୋର୍ଟବ୍ଲେୟାରରୁ ରାସନ ଧରି ନିଲ୍ ଆଇଲ୍ୟାଣ୍ଡ ଅଭିମୁଖେ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ। ତେବେ ମଝି ସମୁଦ୍ରରେ ଘୁର୍ଣ୍ଣିଝଡ଼ ହେବାରୁ ଉଭୟ ଦିଗହରା ହୋଇପଡ଼ିଥିଲେ । ମଝି ଦରିଆରେ ଲଙ୍ଗର ଦଉଡ଼ି ବି ଛିଣ୍ଡିଯାଇଥିଲା। ଏଭଳି ପରିସ୍ଥିତିରେ ସେମାନେ ଡଙ୍ଗାରେ ଥିବା ସମସ୍ତ ରାସନ ସାମଗ୍ରୀକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ। ଆଉ ଦିଗହରା ହୋଇ ବୁଲୁଥିବା ବେଳେ ବୋଟରେ ଡିଜେଲ୍ ସରିଯାଇଥିଲା। କିଛି ଦିନ ପରେ ଉଭୟ ବର୍ମାରେ ପହଞ୍ଚି ଥିଲେ। ଏହାପରେ ସ୍ଥାନୀୟ ନୌସେନା ପକ୍ଷରୁ ସହାୟତା ସହ ୨୬୦ ଲିଟର ଡିଜେଲ୍ ଦେଇ ଦକ୍ଷିଣ ଦିଗକୁ ଯିବା ପାଇଁ  ପରାମର୍ଶ ଦିଆଯାଇଥିଲା।

ଉଭୟଙ୍କ ସଂଘର୍ଷ ଏତିକିରେ ସରିନଥିଲା । ବର୍ମାରୁ ଫେରିବା ବାଟରେ ଉଭୟଙ୍କୁ  ଆଉ ଏକ ଘୂର୍ଣ୍ଣିଝଡ଼ର ସାମ୍ନା କରିବାକୁ ପଡ଼ିଥିଲା । ତେବେ ସେମାନଙ୍କ ଡଙ୍ଗା କୂଳକୁ ଲାଗିବା ପୂର୍ବରୁ ପୁଣି ଡଙ୍ଗାରୁ ତେଲ ସରିଯାଇଥିଲା। ଅମିତ ଓ ଦିବ୍ୟରଂଜନ ପୁଣି ବାଟବଣା ହୋଇଯାଇଥିଲେ।

ସମୁଦ୍ର ଭିତରେ ପ୍ରାୟ ୧୦ ଦିନ ଧରି ଅଖିଆ ଅପିଆ ଲୁଣି ପାଣି ପିଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ଅମିତ ଓ ଦିବ୍ୟରଂଜନ। ତାହାରି ଭିତରେ ଅନାହାରରେ ଡଙ୍ଗାରେ ଆଖିବୁଜି ଦେଇଥିଲେ ଦିବ୍ୟରଂଜନ। ତାଙ୍କ ମୃତଦେହକୁ ୩ ଦିନ କାଳ ରଖିବା ପରେ ଦୁର୍ଗନ୍ଧ ହେବାରୁ ସମୁଦ୍ର ଭିତରେ ଫିଙ୍ଗିଦେଇଥିବା ବଖାଣିଛନ୍ତି ଅମିତ।

ଶେଷରେ ୨୮ ଦିନ ଅଖିଆ ଅପିଆ ସଂଘର୍ଷ ପରେ ଗତ ୨୬ ତାରିଖରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ସମୁଦ୍ର କୂଳରେ ସେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଅମିତଙ୍କୁ ଡଙ୍ଗାରୁ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story