ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି: କେତେ ଦିନ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ନୁହେଁ ତ, ଆକାଶରୁ ଅଗ୍ନିବର୍ଷା ହେଉଛି, ନିଆଁ ଝୁଲ ଖସୁଛି। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା।  ଆହୁରି ଦୁଇ ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଦିନ ୧୦ଟା ହେଲା ମାତ୍ରେ ଏମିତି ଝାଞ୍ଜି ପବନ ମାରୁଛି ଯେ, ଘରୁ ବାହାରି ହେଉନି। ଦିନ ୧୨ଟାରୁ ୩ଟା ଯାଏଁ ତାତି ଅଧିକ ଅସହ୍ୟ ହେଉଛି।

ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା, ସବୁଠି ଅସମ୍ଭାଳ ଖରା। ୪୨.୨ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ୱର ଗତକାଲି ବି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା।  ଏହାସହ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିଥିଲେ ବି ହଠାତ୍‌ ଉଭାନ ହୋଇଯାଇଛି। ଫଳରେ ବର୍ଷା ହେଉ ନଥିବାରୁ ଖରା ତାତି  ବଢ଼ି ଚାଲିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।