ଭାତ ହାଣ୍ଡି ଶୁଖିଲା: ଚାଷୀ ଅନାଇ ବସିଛନ୍ତି, କେବେ ହେବ ବର୍ଷା?

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଏକ କୃଷିପ୍ରଧାନ ଜିଲ୍ଲା। ଏହାକୁ ଭାତ ହାଣ୍ଡି ବୋଲି କୁହାଯାଏ। କାରଣ ଏଠାରେ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। ଏଥର ଭଲ ବର୍ଷା ହେବ ବୋଲି ଚାଷୀ ଭାବିଥିଲେ। ମାତ୍ର ଗତବର୍ଷ ପରି ଏଥର ମଧ୍ୟ ମୌସୁମୀ ଚାଷୀଙ୍କୁ ଠକିଦେଇଛି। ଶୀଘ୍ର ଓଡ଼ିଶାରେ ପହଞ୍ଚି ଦୁଇରୁ ତିନି ଦିନ ବର୍ଷି ଗାଏବ ହୋଇଯାଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ଖରା […]

heat-wave-Odisha

heat-wave-Odisha

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 05:04 PM IST

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଏକ କୃଷିପ୍ରଧାନ ଜିଲ୍ଲା। ଏହାକୁ ଭାତ ହାଣ୍ଡି ବୋଲି କୁହାଯାଏ। କାରଣ ଏଠାରେ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। ଏଥର ଭଲ ବର୍ଷା ହେବ ବୋଲି ଚାଷୀ ଭାବିଥିଲେ। ମାତ୍ର ଗତବର୍ଷ ପରି ଏଥର ମଧ୍ୟ ମୌସୁମୀ ଚାଷୀଙ୍କୁ ଠକିଦେଇଛି। ଶୀଘ୍ର ଓଡ଼ିଶାରେ ପହଞ୍ଚି ଦୁଇରୁ ତିନି ଦିନ ବର୍ଷି ଗାଏବ ହୋଇଯାଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ଖରା ଲେଉଟିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଚଳିତବର୍ଷ ଆଗୁଆ ମୌସୁମୀ ଓଡ଼ିଶା ଛୁଇଁଥିଲା। ଚାଷୀ କୁଳ ଭାବିଥିଲେ ଏସନ୍‌ ଭଲ ଚାଷ ହେବ। ହେଲେ ୨ରୁ ଦିନ ବର୍ଷା ହେବା ପରେ ମୌସୁମୀ ଗାଏବ ହୋଇଗଲା। ଗ୍ରୀଷ୍ମ ପ୍ରବାହ ଫେରିଥିବାରୁ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ବଲାଙ୍ଗିରବାସୀ। ତାପମାତ୍ରା କମିବାର ନାଁ ନେଉନି। ଗତକାଲି ବଲାଙ୍ଗିର ତାପମାତ୍ରା ୪୦.୫ ଡିଗ୍ରୀ ରହିଥିଲା। ଆଜି ମଧ୍ୟ ତତଲା ତାୱାରେ ଭାଜି ହେଉଛି ସାରା ସହର। ଶୀତଳଷଷ୍ଠୀ ସମୟରେ ଅଧିକାଂଶ ବର୍ଷ ବର୍ଷା ହୋଇଥାଏ। ମାତ୍ର ଏଥର ରଜ ଯାଇ ଶୀତଳଷଷ୍ଠୀ ମଧ୍ୟ ଚାଲିଗଲା। ବର୍ଷାର ଦେଖାନାହିଁ। ମୌସୁମୀ ବର୍ଷା ଅସରାଏ ବର୍ଷି ଫେରାର ହୋଇଯାଇଛି। ବର୍ଷା ନହେଲା ନାହିଁ, ତାତି ମଧ୍ୟ କମିଲାନି। ସକାଳୁ ସଂଜ ଯାଏ ଆକାଶରୁ କେବଳ ନିଆଁ ବର୍ଷା ହେଉଛି। ରାତିରେ ଗୁଳଗୁଳି ଅନୂଭୁତ ହେଉଛି।

ଜଳସେଚନର ସୁବିଧା ନଥିବାରୁ ଲୋକଙ୍କ ଭରସା ବର୍ଷା ପାଣି। ମୌସୁମୀ ବର୍ଷା ହେଲେ ଚାଷ କାମ ଆରମ୍ଭ କରିବୁ ବୋଲି ଭାବିଥିଲେ ଚାଷୀ। କିନ୍ତୁ ଫେରାର ମାରିଲା ମୌସୁମୀ। କେବେ ଫେରିବ ତାର କିଛି ଠିକ ଠିକଣା ନାହିଁ। ବର୍ଷାକୁ ଅନାଇ ବସିଛି ଚାଷୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos