ରେକର୍ଡ ଛୁଇଁଲା ରାଜଧାନୀର ତାପମାତ୍ରା: ଆକାଶରୁ ଖସୁଛି ନିଆଁ ହୁଳା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଆଜି ରେକର୍ଡ ଛୁଇଁଛି। ଦିନ ସାଢ଼େ ୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ ହୋଇଯାଇଛି।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ଭୁବନେଶ୍ୱରରେ ପାରା ୪୨ ଡିଗ୍ରୀ ଡେଇଁଥିଲା। ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ମୌସୁମୀ ପହଞ୍ଚୁ ପହଞ୍ଚୁ ରାଜ୍ୟର ଅଧିକାଂଶ ସ୍ଥାନରେ ଅସରାଏ ଦି ଅସରା ବର୍ଷା ହୋଇଥିଲା। ଏହାପରେ ୨ରୁ ୩ ଦିନ ଆକାଶ ମେଘୁଆ ରହିବା ପରେ ଯେମିତି ମେଘ ଉଭେଇ ଯାଇଛି।