ରାଜ୍ୟରେ ପୁଣି ଫେରିଲା ତାତି, ଟିଟିଲାଗଡରେ ପାରା ଛୁଇଁଲା ୪୫.୫ ଡିଗ୍ରୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ରୁଆନୁ ଯିବା ପରେ ପୁଣି ରାଜ୍ୟକୁ ଫେରିଛି ତାତି। ଆଜି ରାଜ୍ୟରେ ୯ଟି ସହର ତାପମାତ୍ରା ୪୦ ଉପରେ ରହିଥିବା ବେଳେ ୨ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି। ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୫ ଡିଗ୍ରୀ ସହ ବଲାଙ୍ଗିର ତା’ପଛକୁ ରହିଥିଲା। ଆଜି ଭବାନୀପାଟଣାରେ ତାପମାତ୍ରା ୪୪.୫ ଡିଗ୍ରୀ ଥିବା ବେଳେ ମାଲକାନ୍‌ଗିରିରେ ୪୪, ଝାରସୁଗୁଡାରେ ୪୩.୦, ସୋନପୁରରେ ୪୧.୯ ସମ୍ବଲପୁରରେ ୪୧.୨, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୪୨.୪, ଅନୁଗୋଳରେ ୩୯.୭, ଢେଙ୍କାନାଳରେ ୩୭.୪, କେଉଁଝରରେ ୩୭.୪, ତାଳଚେରରେ ୩୬.୪, ଦାରିଙ୍ଗିବାଡିରେ ୩୬.୨, କଟକରେ ୩୬.୫, ଭୁବନେଶ୍ୱରରେ ୩୬ ଡିଗ୍ରୀ, ବାଲେଶ୍ୱରରେ ୩୪.୯, ଚାନ୍ଦବାଲିରେ ୩୬.୮, ପାରାଦ୍ୱୀପରେ ୩୨.୪, ଗୋପାଳପୁରରେ ୩୨.୫, ପୁରୀରେ ୩୪.୦ ଓ କୋରାପୁଟରେ ତାପମାତ୍ରା ୩୬.୪ ଡିଗ୍ରୀ ରହିଥିଲ।