ଏହିସବୁ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ କଣ୍ଡିସନ୍ ନେଇ ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହିଟ୍‌ ୱେଭ୍‌ କଣ୍ଡିସନ୍ ଜାରି ରହିବ। ସ୍ୱାଭାବିକ ତାପମାତ୍ର ଠାରୁ ଦୁଇ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ସେହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର , ବରଗଡ଼, ଦେବଗଡ଼, ନୂଆପଡ଼ା ,ଝାରସୁଗୁଡ଼ା ଓ ବଲାଙ୍ଗିର। ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ କିଛି ଜିଲ୍ଲାରେ ମଧ୍ୟ ଅଳ୍ପ ବର୍ଷା ହେବ। ସେହି […]

weather

weather

Tapaswini Nayak
  • Published: Saturday, 25 May 2019
  • Updated: 25 May 2019, 04:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହିଟ୍‌ ୱେଭ୍‌ କଣ୍ଡିସନ୍ ଜାରି ରହିବ। ସ୍ୱାଭାବିକ ତାପମାତ୍ର ଠାରୁ ଦୁଇ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ସେହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର , ବରଗଡ଼, ଦେବଗଡ଼, ନୂଆପଡ଼ା ,ଝାରସୁଗୁଡ଼ା ଓ ବଲାଙ୍ଗିର। ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ କିଛି ଜିଲ୍ଲାରେ ମଧ୍ୟ ଅଳ୍ପ ବର୍ଷା ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ,କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର।”

ସେ ଆହୁରି କହିଛନ୍ତି,“ ଉପକୂଳ ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡିଶାରେ ୪୦ଡିଗ୍ରୀରୁ ଅଧିକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos