ସୁଧୁରୁନି ବନ୍ୟା ସ୍ଥିତି: ୧୫,୦୦ ଲୋକ ସ୍ଥାନାନ୍ତର

ନବରଙ୍ଗପୁର: ଲଗାଣ ବର୍ଷା ନବରଙ୍ଗପୁର ବାସୀଙ୍କୁ ଦୁଃଖ ଦେଇଛି। ଧୋଇଦେଇଛି ସେମାନଙ୍କ ସୁଖ। ଶହଶହ ଲୋକ ବାସ ହରାଇ ଆଶ୍ରୟସ୍ଥଳରେ ରହୁଛନ୍ତି। ଏବେ ମଧ୍ୟ ଅନେକ ଲୋକ ଜଳ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ବନ୍ୟା ସ୍ଥିତି ଉଦ୍‌ବେଗଜନକ ହେଉଥିବାରୁ ଆଜି ରାତିରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀକୂଳିଆ ୧୦ଟି ଗାଁର ୧୫,୦୦ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ନିଆଯାଇଛି।

ଲଗାଣ ବର୍ଷା ଯୋଗୁଁ ବନ୍ୟା ପାଣି ନବରଙ୍ଗପୁର-କଳାହାଣ୍ଡି ରାସ୍ତା ଧନଶୁଳୀ ପୋଲ ନିକଟରେ ୪ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ନବରଙ୍ଗପୁର-କଷ।ଗୁମୁଡା ରାସ୍ତା ମୋକିଆ ନିକଟରେ ନିର୍ମାଣଧୀନ ପୋଲ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ପ।ଣି ପ୍ରଭାବିତ ହେଉଛି। ଫଳରେ ଯାନବାହାନ ଚଳ।ଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ଏବେ ମଧ୍ୟ ତେନ୍ତୁଳିଖୁଣ୍ଟି, କୋଷ।ଗୁମୁଡା, ପାପଡାହାଣ୍ଡି ନାନ୍ଦାହାଣ୍ଡି ଅଞ୍ଚଳର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି।