ଆଜି ରାତିରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୭ଟି ଜିଲ୍ଲାରେ ଝଡ଼ ତୋଫାନ ଓ ବର୍ଷା ହୋଇପାରେ। ପବନ ବୋହିବା ସହିତ ବଜ୍ରପାତ ବି ହେବ। ଏଥିପାଇଁ ୭ଜିଲ୍ଲାକୁ ରାତି ସାଢ଼େ ୬ଟା ଯାଏଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଂଜ, ନୟାଗଡ଼,କଟକ, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର। ଏହି ସମୟରେ ଘରୁ ନ ବାହାରିବା ପାଇଁ ସତର୍କ କରାଯାଇଛି। ଏହାସହ ଘରକୁ ଫେରୁଥିଲେ ସତର୍କତା ଅବଲମ୍ୱନ କରିବା ପାଇଁ ମଧ୍ୟ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।