ପ୍ରବଳ ବର୍ଷିବ, ଘଡ଼ଘଡ଼ି ବି ମାରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ଘଡ଼ଘଡ଼ି ମାରିବା ସହିତ ପବନ ବୋହିବ। ଏହି ସମୟ ଭିତରେ ଘରୁ ନବାହାରିବା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡଘଡ଼ି ମାରିବ। ପ୍ରବଳ ବେଗରେ ପବନ ବୋହିତ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବୋହିବ। କିଛି ସ୍ଥାନରେ କୁଆପଥର ମାଡ଼ […]

rain

rain

Rakesh Mallick
  • Published: Monday, 07 May 2018
  • Updated: 07 May 2018, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ଘଡ଼ଘଡ଼ି ମାରିବା ସହିତ ପବନ ବୋହିବ। ଏହି ସମୟ ଭିତରେ ଘରୁ ନବାହାରିବା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

କାଳବୈଶାଖୀ ପ୍ରଭାବରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡଘଡ଼ି ମାରିବ। ପ୍ରବଳ ବେଗରେ ପବନ ବୋହିତ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବୋହିବ। କିଛି ସ୍ଥାନରେ କୁଆପଥର ମାଡ଼ ହେବ। ଏହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର। ତେଣୁ ଏହି ସମୟରେ ଘରୁ ନବାହାରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଆଜି ଓଡ଼ିଶାର ୧୧ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି। ଯାହାଦ୍ୱାରା ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ସକାଳ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଦିନରେ ଖରା ଓ ରାତିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲୋକଙ୍କ ଦୁଃଖକୁ ଦ୍ୱି’ଗୁଣା କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos