ବର୍ଷା: ମାଲକାନଗିରି ଜିଲ୍ଲାରେ ସର୍ବାଧିକ , ଗଜପତି ଜିଲ୍ଲାରେ ସର୍ବନିମ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍ ୧ ଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୯.୯% ଅଧିକ ବର୍ଷା ହୋଇଛି। ବର୍ଷା ପରିମାଣ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ରିପୋର୍ଟ ଆସିଛି। ଜୁନ୍ ଓ ଜୁଲାଇରେ ବର୍ଷା ନିଅଣ୍ଟ ଥିବା ବେଳେ ଶେଷ ୨ ମାସରେ ପ୍ରବଳ ବର୍ଷିଛି। ଜୁନ୍‌ରେ ୩୧.୫%, ଜୁଲାଇରେ ୯% ନିଅଣ୍ଟ ବର୍ଷା ହୋଇଥିବା ରେକର୍ଡ। ଅଗଷ୍ଟରେ ୨୪.୫% ଏବଂ ସେପ୍ଟେମ୍ବରରେ ୫୩.୭% ବଳକା ବର୍ଷା ରେକର୍ଡ କରାଯାଇଛି।

ବିଗତ ୪ ମାସରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୮୮୮.୬ ମିମି ବର୍ଷା ରେକର୍ଡ଼ କରାଯାଇଛି। ଗଜପତି ଜିଲ୍ଲାରେ ସର୍ବନିମ୍ନ ୯୪୫.୮ ମିମି ବର୍ଷା, ସ୍ୱଭାବିକରୁ ୨.୬% ଅଧିକ। କଟକ, ପୁରୀ, କୋରାପୁଟ ଭଳି ୧୦ଟି ଜିଲ୍ଲାରେ ୧୯%ରୁ ଅଧିକ ବର୍ଷା ହୋଇଛି। ୪ ମାସ ମଧ୍ୟରେ କେବଳ ଦେବଗଡ଼ ଜିଲ୍ଲାରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଛି। ରାଜ୍ୟର ୧୦୩ଟି ବ୍ଲକରେ ବଳକା, ୧୬୯ ବ୍ଲକରେ ସ୍ୱାଭାବିକ୍‌ ବର୍ଷା ରେକର୍ଡ ହୋଇଛି।

୪୦ ବ୍ଲକରେ ନିଅଣ୍ଟିଆ ବର୍ଷା ଏବଂ ୨ଟି ବ୍ଲକରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏବଂ ଝୁମ୍ପୁରା ବ୍ଲକରେ ଅତି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।