ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି; ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୋନପୁର ବ୍ଲକ୍‌ ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ୩ ଫୁଟ ଉଚ୍ଚର ବନ୍ୟାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଛି। ସେହିପରି ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଲକର ପୁଲେଶ୍ୱର ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୀରମହାରାଜପୁରରୁ ଚାରମାଳ ଦେଇ ରେଢ଼ାଖୋଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଁରେ ବନ୍ୟା ପାଣି […]

0000

0000

Tapaswini Nayak
  • Published: Wednesday, 04 September 2019
  • Updated: 04 September 2019, 08:52 AM IST

Sports

Latest News

ସୋନପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୋନପୁର ବ୍ଲକ୍‌ ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ୩ ଫୁଟ ଉଚ୍ଚର ବନ୍ୟାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଛି।

ସେହିପରି ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଲକର ପୁଲେଶ୍ୱର ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୀରମହାରାଜପୁରରୁ ଚାରମାଳ ଦେଇ ରେଢ଼ାଖୋଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଁରେ ବନ୍ୟା ପାଣି ପ୍ରବାହିତ ହେବା ସହ ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି।

ରକ୍ସା ଛକରେ ଥିବା ଏକ ମଠ ସମ୍ପୂର୍ଣ୍ଣ  ବୁଡିଯାଇଛି। ମଠରେ ୩ ସାଧୁ ଫସିରହିଥିବା ବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos