ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି; ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିଛି। ମହାନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟବଡ଼ ନାଳ ଓ ଯୋରପାଣିରୁ ଜଳ ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି। ଜିଲ୍ଲାର ପିତାମହୁଲ ବାଉରୀ ଯୋର ଉପରେ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଏପଟେ ଦୀର୍ଘଦିନରୁ ଚାଲିଥିବା ବାଉରୀ ଯୋର ସେତୁ କାମ […]

sonepur.j999

sonepur.j999

Tapaswini Nayak
  • Published: Saturday, 07 September 2019
  • Updated: 07 September 2019, 01:49 PM IST

Sports

Latest News

ସୋନପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିଛି। ମହାନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟବଡ଼ ନାଳ ଓ ଯୋରପାଣିରୁ ଜଳ ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି। ଜିଲ୍ଲାର ପିତାମହୁଲ ବାଉରୀ ଯୋର ଉପରେ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି।

ଏପଟେ ଦୀର୍ଘଦିନରୁ ଚାଲିଥିବା ବାଉରୀ ଯୋର ସେତୁ କାମ ଏଯାଏ ସମ୍ପୂର୍ଣ୍ଣ ହୋଇନଥିବାରୁ ବୀରମହାରାଜପୁର-ରେଢାଖୋଲ, ବୀରମହାରାଜପୁର-ବଉଦ ଏବଂ ବୀରମହାରାଜପୁର- ଆଠମଲ୍ଲିକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

କୁଲୁଥି ଯୋରର ଜଳସ୍ତର ମଧ୍ୟ ବୃଦ୍ଧିପାଇ ବିଜେପୁର ସେତୁକୁ ସ୍ପର୍ଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos