ଆସୁଛି ବଡ଼ ବର୍ଷା, ୪ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଭଳି ବର୍ଷା ୮ ତାରିଖ ଯାଏ ଲାଗି ରହିବ ବୋଲି ବିଭାଗ ଆକଳନ କରିଛି। ବିଭାଗ ପକ୍ଷରୁ […]

eb

eb

Hemant Lenka
  • Published: Thursday, 05 September 2019
  • Updated: 05 September 2019, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଭଳି ବର୍ଷା ୮ ତାରିଖ ଯାଏ ଲାଗି ରହିବ ବୋଲି ବିଭାଗ ଆକଳନ କରିଛି।

ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଲଘୁଚାପ ଯୋଗୁ ସମଗ୍ର ରାଜ୍ୟରେ ଦୁଇ ଦେଲା ବର୍ଷା ଲାଗି ରହିଛି। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତାକାଲି ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଏଠାରେ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୬ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା, ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡ଼ା ଓ ନୂଆପଡ଼ା। ରାଜ୍ୟର ୧୧ ଜିଲ୍ଲା ଗଜପତି, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ପାଇଁ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୪୮ ଘଣ୍ଟା ଯାଏ ସୁମଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ପ୍ରବଳ ବର୍ଷା ଯୋଗୁ ଏହିସବୁ ଜିଲ୍ଲାରେ ଭୂସ୍ଖଳନ ଓ ବନ୍ୟାସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏଥିପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟାସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ସ୍ଥିତିର ମୁକାବିଲା ପାଇଁ ଦରକାର ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ, ଆଲୋକ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୂସ୍ଖଳନ ଆଶଙ୍କା ଥିବା ରାସ୍ତାରେ ବିକଳ୍ପ ଗମନାଗମନ ସୁବିଧାକୁ ଏବେଠାରୁ ତର୍ଜମା କରିବାକୁ ସରକାର କହିଛନ୍ତି। ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଅଧିକ ଥିବାରୁ ସେଠାରେ ଏବେଠାରୁ ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି।

ଅନ୍ୟପକ୍ଷରେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ କହିଛନ୍ତି, “ଲଘୁଚାପ ସହିତ ସମୁଦ୍ର ପତନରୁ ୭.୬ କିମି ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିପାଇଁ ଆସନ୍ତାକାଲି ଠାରୁ ୮ ତାରିଖ ଯାଏ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ ଏବଂ ସୋନପୁରରରେ ଗୁରୁବାର ରାତିରୁ ରବିବାର (ଅର୍ଥାତ୍ ସେପ୍ଟେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story