ଅଗଷ୍ଟ ୩ରୁ ରାଜ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା ‘ସୋଆ’ର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦ୍ରର ସୂଚନା ଅନୁଯାୟୀ, ୨ ତାରିଖରେ ସୃଷ୍ଟି […]

we

we

Hemant Lenka
  • Published: Wednesday, 31 July 2019
  • Updated: 31 July 2019, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା 'ସୋଆ'ର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

କେନ୍ଦ୍ରର ସୂଚନା ଅନୁଯାୟୀ, ୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୩ରୁ ରାଜ୍ୟ ତମାମ ବର୍ଷା ହେବ। ଏହି ଲଘୁଚାପ ଅଗଷ୍ଟ ୪ ବେଳକୁ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ଏହି ଗଭୀର ଅବପାତ ଦକ୍ଷିଣ ଚାଇନା ସାଗର ଉପରେ ଥିବା ଅବପାତ ସହ ମିଶିଯିବ।

ଏହି ଅବପାତ ଓ ଗଭୀର ଅବପାତ ବଙ୍ଗୋପସାଗର ଆଡ଼େ ଗତି କରିବ ବୋଲି ଡ.ସାହୁ କହିଛନ୍ତି। ତାଙ୍କ ଆକଳନ ଅନୁଯାୟୀ, ଦକ୍ଷିଣ ଚାଇନା ସାଗର ଉପରେ ଥିବା ଅବପାତ ପ୍ରଥମେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଉତ୍ତରପୂର୍ବ ବଙ୍ଗୋପସାଗରକୁ ଆସିବ।

ଅଗଷ୍ଟ ୫ ବେଳକୁ ଉତ୍ତରପଶ୍ଚିମ ବଙ୍ଗପୋସାଗର ଉପରେ ଥିବା ଗଭୀର ଅବପାତ ସହ ଏହା ମିଶିଯିବ। ଏହି ଅବପାତ ଓ ଗଭୀର ଅବପାତ ମିଶିବା ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଅଗଷ୍ଟ ୫ କିମ୍ବା ଅଗଷ୍ଟ ୬ ତାରିଖ ସକାଳୁ ଏହା ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଦୀଘାଠାରେ ଅତିକ୍ରମ କରିବ।

ଏହାର ପ୍ରଭାବରେ ଅଗଷ୍ଟ ୨ରୁ ଧୀରେଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଅଗଷ୍ଟ ୨ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳରେ ବର୍ଷା ହେବ। ସେହିପରି ଅଗଷ୍ଟ ୩ରୁ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ପରିମାଣର ବର୍ଷା ହେବ।

ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଅଗଷ୍ଟ ୬ ତାରିଖ ରାତି ଯାଏ ଏଭଳି ବର୍ଷା ଲାଗି ରହିପାରେ। ଅଗଷ୍ଟ ୩ରୁ ୬ ତାରିଖ ଯାଏ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଡ଼ାବଳଙ୍ଗ ଓ ସୁବର୍ଣ୍ଣରେଖାର ଉପର ଏବଂ ତଳ ମୁଣ୍ଡରେ ବର୍ଷା ହେବାକୁ ଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ରହିଛି। ବର୍ଷା ସମୟରେ ପବନର ଘଣ୍ଟାପ୍ରତି ବେଗ ୬୦ କିମି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos