ଏଣିକି ଦୁଇ ଚକିଆ ଯାନର ପଛ ସିଟରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ୍: ଗୃହ ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ରାସ୍ତା ଦୁର୍ଘଟଣା ବଢ଼ୁଛି। ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏଣିକି ଚାଳକ(ଦୁଇ ଚକିଆ ଯାନ) ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ ହେବ। ଏଥିପାଇଁ ରାଜ୍ୟର ସବୁ ଥାନାର ଏଏସ୍‌ଆଇଙ୍କୁ ଏମ୍‌ଭିଆଇଙ୍କ ପରି କ୍ଷମତା ଦେଇଛନ୍ତି। ସେମାନେ ଚାହିଲେ ଆଇନ୍‌ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। […]

Helmets

Helmets

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 09:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ରାସ୍ତା ଦୁର୍ଘଟଣା ବଢ଼ୁଛି। ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏଣିକି ଚାଳକ(ଦୁଇ ଚକିଆ ଯାନ) ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ ହେବ। ଏଥିପାଇଁ ରାଜ୍ୟର ସବୁ ଥାନାର ଏଏସ୍‌ଆଇଙ୍କୁ ଏମ୍‌ଭିଆଇଙ୍କ ପରି କ୍ଷମତା ଦେଇଛନ୍ତି। ସେମାନେ ଚାହିଲେ ଆଇନ୍‌ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ଗୃହ ସଚିତ ଅତିତ ତ୍ରୀପାଠି କହିଛନ୍ତି-“ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଘଟୁଥିବା ଦୁର୍ଘଟଣାରେ ୪୪% ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏଡାଇବାକୁ ହେଲ୍‌ମେଟ୍‌ ବଧ୍ୟତାମୂଳକ କରାଯାଇଛି। ବାଇକ୍‌ ଚଳାଉଥିବା ବ୍ୟକ୍ତି ଓ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ଏବେ ହେଲ୍‌ମେଟ୍‌ ଜରୁରୀ ହେବ। ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଏମ୍‌ଭିଆଇ ଆକ୍ଟ ବଳରେ ପୋଲିସ ମାମଲା ରୁଜୁ କରିବ। ଏପରିକି ପୋଲିସ୍‌ ସେମାନଙ୍କୁ ଜରିମାନା ବା ଲାଇସେନ୍ସ ରଦ୍ଦ କରିପାରିବ।”

ଆଗରୁ ଦେଶର ୪ ମହାନଗର ବାଇକ୍‌ ଚଢ଼ାଳି ଓ ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ୍‌ ବ୍ୟଧ୍ୟତାମୂଳକ ଥିଲା। ମାତ୍ର ଆମ ରାଜ୍ୟ ଓଡ଼ିଶାରେ ସେମିତି କିଛି ନିୟମ ନଥିଲା। କେବଳ ବାଇକ୍‌ ଚଢ଼ାଳି ପାଇଁ ହେଲ୍‌ମେଟ୍‌ ଜରୁରି ଥିଲା। ଏହି ନିୟମ କେବଳ କଟକ ଓ ଭୁବନେଶ୍ୱର ପରି କେତେକ ଜିଲ୍ଲା ସଦର ମହକୁମାରେ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। ଏହା ସତ୍ତ୍ୱେ ଟ୍ରାଫିକ୍‌ ମୁକୁଳା ପଡ଼ିଥିଲା। ଲୋକେ ବିନା ହେଲ୍‌ମେଟ୍‌ରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos