ଏଣିକି ବିନା ହେଲମେଟ୍‌ରେ ଓଭରବ୍ରିଜ୍‌ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ। ଫ୍ଲାଇଓଭରରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଏଭଳି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି କଟକଣା ଆଜିଠାରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ ଜାରି ରହିବ। ବିନା ହେଲମେଟରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍ ପୁନିଆ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ୱରରେ ଏକ ଟ୍ରକ୍ ଚାପି ଦେବାରୁ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ନୟାପଲ୍ଲୀ ଓଭରବ୍ରିଜ୍ରେ ଏହି ଦୁର୍ଘଟଣା ଘଟିଥିଲା। ସେହିପରି ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ରୁ ଏକ ବାଇକ୍ ତଳେ ପଡ଼ିଯିବାରୁ ବାପପୁଅଙ୍କ ମୃତ୍ୟୁ ଘଟିଥିଲା।