ଫାଇନ୍ ଆଦାୟ ସଂକ୍ରାନ୍ତରେ ଜାରି ହେଲା ହେଲପ୍‌ଲାଇନ୍‌ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ଏହି ନୂଆ ଆଇନ୍‌ ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। ଫଳରେ ଫାଇନ୍‌କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ଜରିମାନାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ […]

Traffic-Checking-in-BBSR

Traffic-Checking-in-BBSR

Tapas Behera
  • Published: Saturday, 07 September 2019
  • Updated: 07 September 2019, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ଏହି ନୂଆ ଆଇନ୍‌ ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। ଫଳରେ ଫାଇନ୍‌କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି।

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ଜରିମାନାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।  ଫାଇନ୍ ଆଦାୟ ବେଳେ ଲୋକଙ୍କୁ କୌଣସି ସମସ୍ୟା ହେଲେ ସେମାନେ ଏହି ନମ୍ବର ଜରିଆରେ ଜଣାଇ ପାରିବେ।  ହେଲ୍ପ ଲାଇନ୍ ନମ୍ବରଟି ହେଲା ୧୮୦୦ ୩୪୫ ୧୦୭୩ ।  ଲୋକମାନେ ସକାଳ ୮ଟାରୁ ରାତି ୧୦ଟା ଭିତରେ ଫୋନ୍‌ରେ ଅଭିଯୋଗ ଜଣାଇପାରିବେ। ଏଥିପାଇଁ ସବୁ RTO ଅଫିସ୍‌ରେ ଖୋଲିବ ହେଲ୍ପ ଡେସ୍କ । ଏଥିରେ  ଲୋକଙ୍କୁ ସହାୟତା ଦିଆଯିବ ।

ସେହିପରି ଫିଟ୍‌ନେସ୍ ସାର୍ଟିଫିକେଟ ଓ ରିନ୍ୟୁଆଲ ପାଇଁ ଅଧିକ ବ୍ୟବସ୍ଥା କରାଯିବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଲଟ କରିବାକୁ RTOମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ସେ କହିଛନ୍ତି ଯେ, ନୂଆ ସଡ଼କ ସୁରକ୍ଷା ଆଇନ ଏବଂ ଟ୍ରାଫିକ୍ କଟକଣା ନେଇ କେହି ଭୟଭୀତ ହେବା ଦରକାର ନାହିଁ । ଯେଉଁମାନଙ୍କର ଡକ୍ୟୁମେଣ୍ଟ ନାହିଁ, ସେମାନେ କରି ନିଅନ୍ତୁ । ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନେ ଯେପରି ହଇରାଣ ନହୁଅନ୍ତି ଏବଂ ସେମାନଙ୍କୁ କିପରି ଶୀଘ୍ର ଲାଇସେନ୍ସ ମିଳିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପରିବହନ ବିଭାଗ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos