ବାରବାଟୀରେ ହେବ ୱେଷ୍ଟଇଣ୍ଡିଜ୍-ଇଣ୍ଡିଆ ମ୍ୟାଚ୍!

କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବାର ଆଶା ଉଜ୍ଜିବୀତ ରହିଥିବା ଓସିଏ ସଂପାଦକ ସଂଜୟ ବେହେରା ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ନିର୍ଦ୍ଧାରିତ ସୂଚୀ ଅନୁସାରେ ଡିସେମ୍ବର ୨୨ ତାରିଖରେ ୱେଷ୍ଟଇଣ୍ଡିଜ୍-ଇଣ୍ଡିଆ ମ୍ୟାଚ୍ ହେବାର ଆଶା ରହିଛି। ଏ ସଂପର୍କରେ ବିସିସିଆଇ ସହିତ ବିସ୍ତୁତ ଆଲୋଚନା କରାଯାଇଛି।”

ସଂଜୟ ଆହୁରି କହିଛନ୍ତି,“ ମୁଁ ବାରବାଟିରେ  ୱାନ୍‌-ଡେ ମ୍ୟାଚ୍ କରିବାକୁ ଚେଷ୍ଟା ଚଲାଇଛି। ପଇସା ନ ଆସିଲେ ଆମେ କିଛି ପାରିବୁ ନାହିଁ। ଆମେ ଯେତେ ଟଙ୍କା ପାଇଁ ଅନୁରୋଧ କରିଛୁ ବିସିସିଆଇ ପ୍ରଥମ୍‌ ଫେଜ୍‌ରେ ଦେବ ବୋଲି କହିଛି। ଫୋନିରେ ଷ୍ଟାଡିୟମର ଯେଉଁ ସବୁ କ୍ଷତି ହୋଇଛି଼, ତାର ମରାମତି ପାଇଁ ବିସିସିଆଇ ପ୍ରତିଶ୍ରୁତି ମଧ୍ୟ ଦେଇଛି ।”