ହାଇଟେକ ଜମି ଠକେଇ: ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପିଟିସନ ଦାଖଲ

କଟକ: ହାଇଟେକ୍‌ ଗ୍ରୁପ୍‌ର ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତ ଅଧିକାରୀ ତଥା କଟକ ଏଡିଏମ୍‌ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ଆବେଦନ କରିଛନ୍ତି। ପୁରୀ, ପିପିଲି, ଭୁବନେଶ୍ୱର, ବ୍ରହ୍ମପୁର ଓ ଗଞ୍ଜାମରେ ଥିବା କମ୍ପାନୀର ପ୍ରାୟ ୫୬ ଏକର ଜମି ବାଜ୍ୟାପ୍ତି ପାଇଁ ଆବେଦନ ହୋଇଛି।

ପୂର୍ବରୁ ହାଇଟେକର ଆଉ ଏକ ବାଜ୍ୟାପ୍ତି ମାମଲା ଏହି ଅଦାଲତରେ ବିଚାରାଧୀନ ଅଛି। ପ୍ରଥମ ମାମଲାରେ ହାଇଟେକ କଲେଜ ଓ ଡେଣ୍ଟାଲ କଲେଜ ସମେତ ଅନ୍ୟାନ୍ୟ କେତେକ ଶିକ୍ଷାନୁଷ୍ଠାନର ସମ୍ପତ୍ତି ରହିଛି। ଏସବୁ ଜମିଜମାକୁ ବିକ୍ରି କରିବାକୁ ଅନୁମତି ଦେବାକୁ ଆବେଦନରେ ଦର୍ଶାଯାଇଛି।