ନିର୍ବାଚନ ଅସିଦ୍ଧ ଦାବି ପ୍ରସଙ୍ଗ: ସାଂସଦ ଭାସ୍କର ରାଓଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ରାଜ୍ୟସଭା ସାସଂଦ ଏନ୍‌. ଭାସ୍କର ରାଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ବିଧାୟକ ଭୁଜବଳ ମାଝୀ କରିଥିବା ଆବେଦନକୁ ଗ୍ରହଣ କରି ଆଜି ହାଇକୋର୍ଟ ଭାସ୍କର ରାଓଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ମାସ ୨୦ ତାରିଖ ସୁଦ୍ଧା ଏହି ମାମଲାରେ ନିଜ ପକ୍ଷ ରଖିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସାଂସଦ ଏନ୍. ଭାସ୍କର ରାଓ ମନୋନୟନ ପତ୍ର ଦାଖଲ ସମୟରେ […]

Bhaskar-Rao

Bhaskar-Rao

Rakesh Mallick
  • Published: Monday, 29 August 2016
  • Updated: 29 August 2016, 05:31 PM IST

Bhaskar-Raoକଟକ: ରାଜ୍ୟସଭା ସାସଂଦ ଏନ୍‌. ଭାସ୍କର ରାଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ବିଧାୟକ ଭୁଜବଳ ମାଝୀ କରିଥିବା ଆବେଦନକୁ ଗ୍ରହଣ କରି ଆଜି ହାଇକୋର୍ଟ ଭାସ୍କର ରାଓଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ମାସ ୨୦ ତାରିଖ ସୁଦ୍ଧା ଏହି ମାମଲାରେ ନିଜ ପକ୍ଷ ରଖିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସାଂସଦ ଏନ୍. ଭାସ୍କର ରାଓ ମନୋନୟନ ପତ୍ର ଦାଖଲ ସମୟରେ ଆୟ ସଂପର୍କିତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଭୁଜବଳ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାସ୍କର ରାଓ ରାଜ୍ୟସଭା ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କଲା ସମୟରେ ତାଙ୍କର କୌଣସି ସରକାରୀ ଦେୟ ବାକି ନ ଥିବା କଥା ସତ୍ୟପାଠରେ ଉଲ୍ଲେଖ କରିଥିଲେ। ତେବେ ସେହି ସମୟରେ ଦେୟ ବାବଦରେ ବାକି ଥିବା ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କିସ୍ତି ଆକାରରେ ଜମା କରିବାକୁ ଅନୁମତି ଦେବାକୁ ସେ ଆୟକର ବିଭାଗକୁ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos