ଉଚ୍ଚଶିକ୍ଷା ସଂସ୍କାର ଲାଗି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ: ସହାୟତା ଯୋଗାଇ ଦେବ ବିଶ୍ୱବ୍ୟାଙ୍କ, ଭିତ୍ତିଭୂମି ସଂପର୍କିତ ରିପୋର୍ଟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ। ଏଥିପାଇଁ ସହାୟତା ଯୋଗାଇ ଦେବ ବିଶ୍ୱବ୍ୟାଙ୍କ। ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ କ’ଣ ରହିଛି ଆଜି ତା’ର ସ୍ଥିତି ପରିଖିଛନ୍ତି ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ। ସଂସ୍କାର ଆସିଲେ ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ ହେବ। ରାଜ୍ୟର ୩ ବିଶ୍ୱବିଦ୍ୟାଳୟର ୩୦ କଲେଜର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସବୁ କଲେଜ କିଭଳି ଉଚ୍ଚଶିକ୍ଷାରେ ପାରଦର୍ଶିତା ହାସଲ କରିବେ […]

higher-education

higher-education

Rakesh Mallick
  • Published: Friday, 30 October 2015
  • Updated: 30 October 2015, 03:28 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ। ଏଥିପାଇଁ ସହାୟତା ଯୋଗାଇ ଦେବ ବିଶ୍ୱବ୍ୟାଙ୍କ। ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ କ’ଣ ରହିଛି ଆଜି ତା’ର ସ୍ଥିତି ପରିଖିଛନ୍ତି ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ। ସଂସ୍କାର ଆସିଲେ ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ ହେବ।

ରାଜ୍ୟର ୩ ବିଶ୍ୱବିଦ୍ୟାଳୟର ୩୦ କଲେଜର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସବୁ କଲେଜ କିଭଳି ଉଚ୍ଚଶିକ୍ଷାରେ ପାରଦର୍ଶିତା ହାସଲ କରିବେ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ଶୁକ୍ରବାର ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ ଉଚ୍ଚଶିକ୍ଷା ବିଭାଗ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବିଶ୍ୱବ୍ୟାଙ୍କ ପ୍ରତିନିଧିଙ୍କ ଆଗରେ ଭିତ୍ତିଭୂମି ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଶ୍ୱବ୍ୟାଙ୍କ ଅଧିକାରୀ ମଧ୍ୟ ସବୁଜ ସଂକେତ ଦେଇଛନ୍ତି।

ବିଶ୍ୱବ୍ୟାଙ୍କର ବରିଷ୍ଠ ଶିକ୍ଷା ବିଶେଷଜ୍ଞ କର୍ଟ ଲାର୍ସେନ କହିଛନ୍ତି ଯେ ସେମାନେ ଓଡ଼ିଶାରେ ଉଚ୍ଚଶିକ୍ଷା ସଂସ୍କାର କ୍ଷେତ୍ରରେ ସହଯୋଗ କରିବାରେ ପ୍ରତିଶ୍ରୁତିବଦ୍ଧ। ଏନେଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ ୩ଟି ବିଶ୍ୱବିଦ୍ୟାଳୟ ସହିତ ୩୦ଟି କଲେଜର ସେଣ୍ଟର ଫର୍ ଏକ୍ସଲେନ୍ସ ପାଇଁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ତା’ସହିତ କଲେଜମାନଙ୍କରେ ଗୁଣାତ୍ମକ ଗଭର୍ଣ୍ଣାସ୍, ଅର୍ଥନୈତିକ ପରିଚାଳନା ଓ ଉଚ୍ଚଶିକ୍ଷାରେ ସଂସ୍କାର ଆଦି ବିଷୟରେ ଆଜି ଆଲୋଚନା ହୋଇଥିଲା।

ଉଚ୍ଚଶିକ୍ଷାର ଭିତ୍ତିଭୂମୀର ବିକାଶ ତଥା ପାଠ୍ୟକ୍ରମରେ ସଂସ୍କାର ଲାଗି କେନ୍ଦ୍ରକୁ ରାଜ୍ୟ ସରକାର  ଚିଠି ଲେଖିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କଲେ ୫ ବର୍ଷ ଲାଗି ରାଜ୍ୟକୁ ୧ ହଜାର ୧୯ କୋଟି ଟଙ୍କ। ଯୋଗାଇଦେବ ବିଶ୍ୱବ୍ୟାଙ୍କ। ଅନ୍ୟପଟେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କହିବା କଥା ପ୍ରଥମେ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗିରହିଥିବା ଏକାଧିକ ସମସ୍ୟାର ସମାଧାନ ହେବା ଦରକାର। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଅଶୋକ ଦାସ କହିଛନ୍ତି ଯେ ଏ ସବୁ କଥା ଠିକ୍। କିନ୍ତୁ ଏହା ପୂର୍ବରୁ ଆମର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଥିବା ସମସ୍ୟାଗୁଡ଼ିକ ସମାଧାନ ହେବା ଉଚିତ୍। ନହେଲେ ଏ ଯୋଜନା ବାସ୍ତବ ସ୍ଥିତିଠାରୁ ଦୂରେଇ ଯିବ।

ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ଉଚ୍ଚଶିକ୍ଷା ବ୍ୟବସ୍ଥା। ବିଶ୍ୱବ୍ୟାଙ୍କର ସହାୟତାରେ ଏଥିରେ ସୁଧାର ଆଣିବା ଲାଗି ଆଶା ରଖିଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos