ବଢ଼ିଲା ବସ୍‌ ଭଢ଼ା

ଭୁବନେଶ୍ୱର: ଡିଜେଲ ଦର ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ବସ୍‌ ଭଡ଼ା ବଢ଼ାଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୧ ପଇସା ବୃଦ୍ଧି କରିଛନ୍ତି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି।

ଡିଜେଲ ଦର ବୃଦ୍ଧି ପରେ ଅଟୋମ୍ୟାଟିକ୍‌ ମେନାନିଜିମ୍‌ ସିଷ୍ଟମ ଅନୁସାରେ ବସ ଭଡ଼ା ବୃଦ୍ଧି କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।