ହୀରାକୁଦରେ ୧୪୪ ଧାରା ଜାରି

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ହୀରାକୁଦ ସହରରେ  ଆଜି ୧୪୪ ଧାରା ଜାରି କରାଯାଇଛି। ହିଣ୍ଡାଲକୋ ଶ୍ରମିକ ସଂଘ ବିବାଦରୁ ଗଣ୍ଡଗୋଳ ଆଶଙ୍କା କରି ଏଭଳି ପ୍ରତିଶୋଧକ ମୂଳକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି। ଆଜି ଏଠାରେ ଶ୍ରମିକ ସଂଘ ପକ୍ଷରୁ ସଭା ଓ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା।

 ସ୍ମେଲଟର କଣ୍ଟ୍ରାଟର ଲେବର୍‌ ୟୁନିୟନ୍‌ ଭିତରେ  ଲାଗି ରହିଥିବା ବିବାଦ  ଉଗ୍ରରୂପ ନେଇଛି।