କାଳବୈଶାଖୀର ପ୍ରଭାବରେ କମିଛି ତାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିଛି ତାତି।  ଆଜି ମଧ୍ୟ ଅନେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ।  ପୁଣି ୫ରୁ ତାପମାତ୍ରା ବୃଦ୍ଧି ପାଇବ।  ଗତକାଲି ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିଲା। ସୁନ୍ଦରଗଡ଼, ତାଳେଚର ଓ ଟିଟିଲାଗଡର ତାପମାତ୍ରା ୩୭ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ପାରଦ ଥିଲା ୩୧.୭ ଡିଗ୍ରୀ ସେଲସିୟସ୍।