ହାଇଟେକ୍ ପାରାଡାଇଜ୍ ଠକେଇ: କ୍ଷତିଗ୍ରସ୍ତଙ୍କ ଅଭିଯୋଗ ସହଯୋଗ କରୁନି ପୋଲିସ୍ ଓ କ୍ରାଇମବ୍ରାଞ୍ଚ  

ଭୁବନେଶ୍ୱର: ଫ୍ଲାଟ୍‌ ଦେବା ନାଁରେ ହାଇଟେକ୍ ଗ୍ରୁପ୍ ୩୧୧ ଜଣଙ୍କଠାରୁ ୩୭ କୋଟି ଟଙ୍କା ଠକି ନେଇଛି ବୋଲି ଅଭିଯୋଗ କରିଛି ହାଇଟେକ୍ ପାରାଡାଇଜ୍ ଓନର୍ସ ୱେଲଫେୟାର ଆସୋସିଏସନ୍। ଆଉ ଏ ନେଇ ପୋଲିସ୍‌ ଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କାହାରି ସହଯୋଗ ନ ମିଳିବାରୁ ସେମାନେ ଆଜି ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ମହାନ୍ତି କହିଛନ୍ତି,“ଘର ପାଇଁ ୨୦୧୧ […]

Tirupati1

Tirupati1

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 02:10 PM IST

[caption id="attachment_84561" align="alignleft" width="300"]Tirupati1 ତିରୁପତି ପାଣିଗ୍ରାହୀ[/caption]

ଭୁବନେଶ୍ୱର: ଫ୍ଲାଟ୍‌ ଦେବା ନାଁରେ ହାଇଟେକ୍ ଗ୍ରୁପ୍ ୩୧୧ ଜଣଙ୍କଠାରୁ ୩୭ କୋଟି ଟଙ୍କା ଠକି ନେଇଛି ବୋଲି ଅଭିଯୋଗ କରିଛି ହାଇଟେକ୍ ପାରାଡାଇଜ୍ ଓନର୍ସ ୱେଲଫେୟାର ଆସୋସିଏସନ୍। ଆଉ ଏ ନେଇ ପୋଲିସ୍‌ ଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କାହାରି ସହଯୋଗ ନ ମିଳିବାରୁ ସେମାନେ ଆଜି ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ମହାନ୍ତି କହିଛନ୍ତି,“ଘର ପାଇଁ ୨୦୧୧ ଜୁନ୍ ମାସରେ ଆମେ ହାଇଟେକ୍ ଗ୍ରୁପ୍ ସହିତ ଚୁକ୍ତି କରିଥିଲୁ। ଚୁକ୍ତି ଅନୁଯାୟୀ ୨୦୧୪ ମସିହାରେ ଆମେ ଘର ପାଇବା କଥା। କିନ୍ତୁ ୨୦୧୨ରେ ହାଇଟେକ୍ ଗ୍ରୁପ୍ ଜମି ସ୍କାମ୍‌ରେ ଛନ୍ଦି ହୋଇଗଲା। ତିରୁପତି ପାଣିଗ୍ରାହୀ ଜେଲ୍ ଗଲେ। ୨୦୧୫ରେ ଆମେ ହାଇଟେକ୍‌ ଗ୍ରୁପର ସଦସ୍ୟମାନଙ୍କୁ

ଭେଟିଥିଲୁ। ସେମାନେ ବି ଆମକୁ ଡାକିଥିଲେ। ତିରୁପତିଙ୍କ ଜାମିନ ସୁପ୍ରିମକୋର୍ଟରେ ଟଙ୍କା ଜମା କରାଯାଇଛି ଓ ଆଉ ସମ୍ବଳ ନ ଥିବା ଯୋଗୁଁ ନିର୍ମାଣ କାମ ହୋଇପାରୁ ନାହିଁ ବୋଲି ସେମାନେ କହିଥିଲେ। ଏହା ସହିତ ଆମେ ଟଙ୍କା ଦେଲେ ପୁଣି କାମ ଆରମ୍ଭ ହେବ ବୋଲି ସେମାନେ କହିଥିଲେ।”

ସେ ଆହୁରି କହିଛନ୍ତି,“ହାଇଟେକ୍ ପାରାଡାଇଜ୍‌ର ମୋଟ ମୂଲ୍ୟ ୬୫ କୋଟି ଟଙ୍କା ରଖାଯାଇଥିଲା। ଏହି ପ୍ରୋଜେକ୍ଟରେ ଘର ପାଇବା ପାଇଁ ଆମେ ପ୍ରତ୍ୟେକ ହାରାହାରି ୭ରୁ ୮ ଲକ୍ଷ ଟଙ୍କା ଦେଇଛୁ। ମୋଟ ୩୭ କୋଟି ଟଙ୍କା ଦିଆସରିଛି।”

ଆସୋସିଏସନ୍‌ର ସଭାପତି ଅମିତ ଦାସ କହିଛନ୍ତି,“ଘର ନ ପାଇବା ଯୋଗୁଁ ଆମେ ୨୦୧୫ ମେ’ ୧୪ ତାରିଖରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲୁ। କ୍ରାଇମବ୍ରାଞ୍ଚ ସେତେବେଳେ କହିଥିଲା ଯେ ଏବେ ହାଇଟେକ୍ ଗ୍ରୁପ୍ ଜମି ଦୁର୍ନୀତିରେ ଛନ୍ଦି ହୋଇପଡ଼ିଛି। ସୁପ୍ରିମ୍‌କୋର୍ଟ ତାଙ୍କୁ (ତିରୁପତିଙ୍କୁ) ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିବାକୁ କହିଛନ୍ତି। ଏବେ ଆମେ ତାଙ୍କୁ ଏହି ମାମଲାରେ ଗିରଫ କଲେ ଏହାର ବାହାନା ଦେଖାଇ ସେ ଆଉ ସୁପ୍ରିମକୋର୍ଟରେ ଟଙ୍କା ଜମା କରିବେ ନାହିଁ। ତେବେ ତିରୁପତି ସୁପ୍ରିମକୋର୍ଟରେ ନିର୍ଦ୍ଦେଶ ମୁତାବକ ଅର୍ଥ ଜମା କରିବା ପରେ ଆମେ ଗତ ମେ’୧୦ ତାରିଖରେ କ୍ରାଇମବ୍ରାଞ୍ଚର ଭୁବନେଶ୍ୱର ସ୍ଥିତ ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପିଙ୍କୁ ଭେଟି ପୁଣି ଅଭିଯୋଗ କରିଥିଲୁ। ଏସ୍‌ପି ଆମକୁ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜିଙ୍କୁ ଭେଟିବାକୁ କହିଥିଲେ। ଆମେ ତାଙ୍କୁ ବି ଯାଇ ଭେଟିଥିଲୁ। ସେ କହିଥିଲେ ଏହା ଏକ ସିଭିଲ ମାମଲା। ତେବେ ସେ ଚେଷ୍ଟା କରିବେ। କାହାରିଠାରୁ ସହଯୋଗ ନ ପାଇବା ପରେ ଆମେ ଆଜି ଗଣମାଧ୍ୟମର ସହଯୋଗ ଲୋଡ଼ିଛୁ।”

ସେ ଆହୁରି କହିଛନ୍ତି,“ଏବେ ହାଇଟେକ ଗ୍ରୁପ୍ ଆମକୁ ଓଲଟି ଧମକ ଦେଉଛି। କହୁଛି କାହା ପାଖକୁ ଯାଉଛ ଯାଅ, ଆମର କେହି କିଛି କରିପାରିବେ ନାହିଁ।”

ସମ୍ପାଦକ ଶୈଳେନ୍ଦ୍ର ମହାନ୍ତି କହିଛନ୍ତି,“ଏହି ମାମଲାରେ ପୋଲିସ୍ ଆମର ଏଫଆଇଆର ବି ଗ୍ରହଣ କରିବାକୁ ରାଜି ହେଲାନି। ଏହି ଠକେଇ ନେଇ ଆମେ କଂଜ୍ୟୁମର କୋର୍ଟଙ୍କର ବି ଦ୍ୱାରସ୍ଥ ହୋଇଛୁ।”

ଅନ୍ୟପକ୍ଷରେ ହାଇଟେକ୍‌ ଗ୍ରୁପ୍ ମୁଖ୍ୟ ତିରୁପତି ପାଣିଗ୍ରାହୀ କହିଛନ୍ତି,“୨୦୧୨ଠାରୁ ଏପର୍ଯ୍ୟନ୍ତ ସେମାନେ ଟଙ୍କାଟିଏ ବି ଦେଇ ନାହାନ୍ତି। ସେମାନେ ଯାହା ଟଙ୍କା ଦେଇଥିଲେ ଆମେ ସେସବୁ ନିବେଶ କରି ସାରିଛୁ। ସେମାନେ ଦେଇଥିବା ଟଙ୍କାଠାରୁ ଆମେ ଅଧିକ ନିବେଶ କରିସାରିଛୁ। ଆମେ ଆସନ୍ତା ୨୫ ତାରିଖରେ ଏକ ବୈଠକ ଡାକିଛୁ। କିପରି ଏହି ପ୍ରୋଜେକ୍ଟକୁ ଶେଷ କରି ସେମାନଙ୍କୁ ଘର ଦିଆଯିବ ସେ ନେଇ ବୈଠକରେ ଆଲୋଚନା କରାଯିବ।”

ସୂଚନାଯୋଗ୍ୟ, ଲୋକଙ୍କଠାରୁ ଟଙ୍କା ନେଇ ଜମି ନ ଦେବା ଅଭିଯୋଗରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ୨୦୧୨ ଡିସେମ୍ବର ୫ରେ ତିରୁପତି ପାଣିଗ୍ରାହୀଙ୍କ ସମେତ ତାଙ୍କର ୨ଜଣ ସର୍ମ୍ପକୀୟ  ଓ ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଏବଂ ମଧୁସୂଦନ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ଏମାନେ ଜମି ଦେବା ନାଁରେ ୨୦୦୯ରୁ ଲୋକମାନଙ୍କ ଠାରୁ ଟଙ୍କା ନେଇଥିଲେ। ତଦନ୍ତବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜାଣିବାକୁ ପାଇଥିଲା ଯେ ହାଇଟେକ ଗ୍ରୁପ୍ ୩୧୫.୯୬କୋଟି ଟଙ୍କାର ଠକେଇ କରିଥିଲା। ସଂସ୍ଥା ରେସିଡେନ୍ସିଆଲ ପ୍ଲଟ୍ ଯୋଗାଇ ଦେବାକୁ ୧୭,୧୮୧ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୨୮୦ଜଣଙ୍କୁ ଜମି ଯୋଗାଇ ଦେଇଥିଲା। କିନ୍ତୁ ବାକି ଲୋକେ ଜମି ପାଇ ନଥିଲେ କି ଟଙ୍କା ବି ଫେରସ୍ତ ପାଇ ନ ଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ତିରୁପତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।  କୋର୍ଟ ତାଙ୍କୁ ୬୩.୫ କୋର୍ଟ ଟଙ୍କା ଜମା କରିବାକୁ  ନିର୍ଦ୍ଦେଶ ଦେବା ସହ ଟଙ୍କା ଜମା  ନ କଲେ  ତାଙ୍କର ଜାମିନ୍‌ ରଦ୍ଦ କରାଯିବ ବୋଲି କହିଥିଲେ। ତଦନ୍ତ ଅନୁଯାୟୀ ତିରୁପତି ତିନିଟି କିସ୍ତିରେ ଏହି ଟଙ୍କା ଜମା କରିଥିଲେ। ୬୩ କୋଟି ୫୦ ଲକ୍ଷରୁ ବକେୟା ୧୩ କୋଟି ଟଙ୍କା ୪ ସପ୍ତାହ ମଧ୍ୟରେ ଜମା କରିବାକୁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ମାସରେ ତିରୁପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟଙ୍କା ନ ଦେଲେ ତାଙ୍କ ସର୍ତ୍ତମୂଳକ ଜାମିନ ବାତିଲ ହେବ ବୋଲି କୋର୍ଟ କହିଥିଲେ। ପୂର୍ବରୁ ତିରୁପତି ପାଣିଗ୍ରାହୀ ୪ଟି କିସ୍ତିରେ ୫୦ କୋଟି ୫ ଲକ୍ଷ ଟଙ୍କା ସୁପ୍ରିମକୋର୍ଟରେ ଜମା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story