ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପିଏମ୍‌ଙ୍କୁ ଦାବି ଜଣାଇବ ଗୃହ କମିଟି

ଭୁବନେଶ୍ୱର: ଚାଷ କରିବାକୁ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ଧାନ ଚାଷ କଲେ କ୍ଷତିରେ ପଡ଼ିବେ। କାରଣ ସରକାର ଦେଉଥିବା ଧାନର ସହାୟକ ମୂଲ୍ୟ କମ୍‌। ଏପରିସ୍ଥିତିରେ ମୂଲ୍ୟ ବୃଦ୍ଧି ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଆଜି ବସିଥିବା ବିଧାନସଭା ଗୃହ କମିଟି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଛି। ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରୁଛି। କିନ୍ତୁ ହାଡଭଙ୍ଗା ପରିଶ୍ରମର ମୂଲ୍ୟ ମିଳୁନି। କ୍ଷତିରେ ପଡୁଛନ୍ତି। ଏକଥା ଆମେ […]

House Panel To Submit Memorandum To PM On MSP

House Panel To Submit Memorandum To PM On MSP

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 09:30 PM IST

ଭୁବନେଶ୍ୱର: ଚାଷ କରିବାକୁ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ଧାନ ଚାଷ କଲେ କ୍ଷତିରେ ପଡ଼ିବେ। କାରଣ ସରକାର ଦେଉଥିବା ଧାନର ସହାୟକ ମୂଲ୍ୟ କମ୍‌। ଏପରିସ୍ଥିତିରେ ମୂଲ୍ୟ ବୃଦ୍ଧି ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଆଜି ବସିଥିବା ବିଧାନସଭା ଗୃହ କମିଟି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଛି।

ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରୁଛି। କିନ୍ତୁ ହାଡଭଙ୍ଗା ପରିଶ୍ରମର ମୂଲ୍ୟ ମିଳୁନି। କ୍ଷତିରେ ପଡୁଛନ୍ତି। ଏକଥା ଆମେ କହୁନାହୁଁ। ଖୋଦ୍‌ କୃଷିମନ୍ତ୍ରୀ କହିଛନ୍ତି। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ଏକ କ୍ୱିଣ୍ଟାଲ ଧାନ ଅମଳ ପାଇଁ ଖର୍ଚ୍ଚ ହେଉଛି ୨୩୪୪ ଟଙ୍କା। ମାତ୍ର ଚାଷୀ ଧାନ କ୍ୱିଣ୍ଟାଲ ପିଛା ବିକୁଛନ୍ତି ୧୪୭୦ ଟଙ୍କା। ଅର୍ଥାତ ୮୭୪ ଟଙ୍କା ଚାଷୀ କ୍ଷତି ସହୁଛି।”

ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ସଙ୍କଳ୍ପ ପାରିତ ହେବା ପରେ ଆଜି ବସିଥିଲା ବିଧାନସଭା ଗୃହ କମିଟି ବୈଠକ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ବାଚସ୍ପତ୍ତି ନିରଞ୍ଜନ ପୂଜାରୀ କହିଛନ୍ତି,“ଜୁନ୍‌ ଓ ଜୁଲାଇରେ ଧାନର ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇଥାଏ। କିନ୍ତୁ ଏହା ପୂର୍ବରୁ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ।”

ଆଜି ବସିଥିବା ବୈଠକରେ କଂଗ୍ରେସ ଓ ବିଜେଡି ସଭ୍ୟମାନେ ଉପସ୍ଥିତ ଥିଲେ। ମାତ୍ର ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଓ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଅନୁପସ୍ଥିତ ରହିଥିଲେ। ଏହାକୁ ନେଇ ବାଦାନୁବାଦ ସୃଷ୍ଟି ହୋଇଥିଲା।

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି ପାଇଁ ନିର୍ବାଚନ ସମୟରେ ଭାରତର କୃଷକ ସମାଜକୁ ବିଜେପି ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ବାଧ୍ୟ।”

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା କହିଛନ୍ତି,“ଆଜି ବସିଥିବା ବୈଠକରେ ବିଜେପି ସଦସ୍ୟମାନେ ଯୋଗନଦେବା ଓଡ଼ିଶାର କୃଷକଙ୍କ ପ୍ରତି ବିଶ୍ୱାସଘାତକତା କହିଲେ ଅତ୍ୟୁକ୍ତି ହେବନାହିଁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଚାଷୀଙ୍କ ପ୍ରତି ବିଜେପିର ଉତ୍ତର ଦାୟିତ୍ୱ ରହିଛି। କିନ୍ତୁ ଏଠି ବିଜେଡି ଚାଷୀଙ୍କ ପ୍ରତି ବିଶ୍ୱାସ ଘାତକତା କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos