ଅମ୍ଫାନ ବାତ୍ୟାରେ ବଣ୍ଟା ହେଲାନି, ଶେଷରେ ଖତ ଖାଇଲା ୧୫ କ୍ୱିଣ୍ଟାଲ ଚୁଡ଼ା, ଗୁଡ଼

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର):ବାତ୍ୟା ବନ୍ୟାବେଳେ ଲୋକେ ଖାଇବାକୁ ପାଉନାହାନ୍ତି।  ହେଲେ ପ୍ରାଶାସନିକ ଅବହେଳାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ରିଲିଫ ସାମଗ୍ରୀ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଖାଲି ଚୁଡ଼ା ନୁହେଁ ବସ୍ତା ବସ୍ତା ଗୁଡ଼ ବି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। […]

chuda

chuda

Tapaswini Nayak
  • Published: Saturday, 10 October 2020
  • Updated: 10 October 2020, 02:28 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର):ବାତ୍ୟା ବନ୍ୟାବେଳେ ଲୋକେ ଖାଇବାକୁ ପାଉନାହାନ୍ତି।  ହେଲେ ପ୍ରାଶାସନିକ ଅବହେଳାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ରିଲିଫ ସାମଗ୍ରୀ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଖାଲି ଚୁଡ଼ା ନୁହେଁ ବସ୍ତା ବସ୍ତା ଗୁଡ଼ ବି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ସେପଟେ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ୨୭ ପଞ୍ଚାୟତରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ମିଳିନଥିବା ଅଭିଯୋଗ ହୋଇଥିଲା। ଏନେଇ ବିଡିଓ ସୁଧୀର ସିଂ କହିଛନ୍ତି ଯେ, ରିଲିଫ ସାମଗ୍ରୀ ଯାହା ଆସିଥିଲା ପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯାଇଥିଲା । ତେବେ ସେତେବେଳେ ପରିବହନ ସମୟରେ ଭିଜି ଯାଇଥିବା ୪୦ ବସ୍ତା ଚୁଡ଼ା ବଣ୍ଟା ନଯାଇ ରଖାଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos