ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ସାନ ବୁର୍ଜାବାହାଲ ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶୁକ୍ରୁ ସାଗର । ସ୍ତ୍ରୀ ଲଲିତା ସାଗରଙ୍କୁ ଗୁରୁତର ଅବସ୍ଥାରେ ଵଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ର ନିଜ ଘର ପଛପଟକୁ ଶୌଚ ପାଇଁ ଯାଇଥିବା ବେଳେ ତଳେ ପଡ଼ିଥିବା ବିଦ୍ୟୁତ୍ […]

electricshock

electricshock

Tapaswini Nayak
  • Published: Thursday, 23 July 2020
  • Updated: 23 July 2020, 02:54 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ସାନ ବୁର୍ଜାବାହାଲ ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶୁକ୍ରୁ ସାଗର । ସ୍ତ୍ରୀ ଲଲିତା ସାଗରଙ୍କୁ ଗୁରୁତର ଅବସ୍ଥାରେ ଵଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୁକ୍ର ନିଜ ଘର ପଛପଟକୁ ଶୌଚ ପାଇଁ ଯାଇଥିବା ବେଳେ ତଳେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସ୍ୱାମୀ ଛଟପଟ ହେଉଥିବା ଦେଖି ଲଲିତା ସ୍ୱାମୀଙ୍କ ପାଖକୁ ଦୌଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଵଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶୁକ୍ରଙ୍କୁ ମୃତ ଘୋଷଣା କରିଥିଲେ। ଲଳିତା ଏବେ ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି। । ପୁଇଁନ୍ତଳା ପୁଲିସ୍‌  ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos