ରାତିପାହିଲେ ପୁରୀ ବେଳାଭୂମିରେ ଫୁଲ୍ ଡ୍ରେସ୍ ଏୟାର ଶୋ ରିହରସେଲ, ୧୮ରେ ପାଗକୁ ଭୟ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପୂର୍ବାହ୍ନ ୧୦.୨୦ରୁ ୧୧ ଟା ଯାଏଁ ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ ବିଚରେ ଫୁଲ୍ ଡ୍ରେସ୍ ସୂର୍ଯ୍ୟକରଣ ଏୟାର ଶୋ ରିହରସେଲ ହେବ । ୧୮ ତାରିଖରେ ପାଗ ଖରାପ ରହିବା ନେଇ ଆଶଙ୍କା ଥିବାରୁ ଆସନ୍ତାକାଲି ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ଏହି ଏୟାର ଶୋ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ତେବେ ପାଗ ଠିକ୍ ରହିଲେ, ଆସନ୍ତା ୧୮ ତାରିଖରେ ଏୟାର ଶୋ କରାଯିବ ବୋଲି ସୂଚନା […]

air-show

air-show

Niranjan Mishra
  • Published: Friday, 16 September 2022
  • Updated: 16 September 2022, 09:26 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପୂର୍ବାହ୍ନ ୧୦.୨୦ରୁ ୧୧ ଟା ଯାଏଁ ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ ବିଚରେ ଫୁଲ୍ ଡ୍ରେସ୍ ସୂର୍ଯ୍ୟକରଣ ଏୟାର ଶୋ ରିହରସେଲ ହେବ । ୧୮ ତାରିଖରେ ପାଗ ଖରାପ ରହିବା ନେଇ ଆଶଙ୍କା ଥିବାରୁ ଆସନ୍ତାକାଲି ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ଏହି ଏୟାର ଶୋ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ତେବେ ପାଗ ଠିକ୍ ରହିଲେ, ଆସନ୍ତା ୧୮ ତାରିଖରେ ଏୟାର ଶୋ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ।

ସେ କହିଛନ୍ତି, ପୁରୀ ରାଜଭବନ ପଛପାର୍ଶ୍ଵ ତଥା ବ୍ଲୁ ଫ୍ଲଗ ବିଚରେ ଆସନ୍ତା ୧୮ ତାରିଖରେ ବାୟୁ ସେନା ପକ୍ଷରୁ ଏୟାର ଶୋ ହେବାର ଥିଲା। ଏଥିପାଇଁ ବାୟୁ ସେନାର ପାଇଲଟମାନେ ଗତ ଦୁଇଦିନ ଧରି ମ୍ୟାପିଂ, ଏରିଏଲ୍ ରେକିଂ କରିଥିଲେ। ଆସନ୍ତା ୧୮ ତାରିଖରେ ଆକାଶ ମାର୍ଗରେ ବାୟୁ ସେନାର ୭ଟି ବିମାନ ଦୁର୍ଦ୍ଦଶ କଳା କୌଶଳ ପ୍ରଦର୍ଶନ କରିବାର ଥିଲା। କିନ୍ତୁ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ଜନିତ ପାଗ ଖରାପ ରହୁଥିବାରୁ ଆସନ୍ତା କାଲି ହିଁ ଫୁଲ ଡ୍ରେସ ରିହରସେଲ ହେବ।

ଆସନ୍ତାକାଲି ଆନ୍ତର୍ଜାତିକ ବେଳାଭୂମି ସୁରକ୍ଷା ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ କରାଯିବ। ପରେପରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହରସେଲ କରାଯିବ। ପୁରୀ ବାସିନ୍ଦା ୯ଟା ସୁଦ୍ଧା ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ବିଚ୍ ଓ ଦିଗବାରିଣି ଛକ ସ୍ଥିତ ବେଳାଭୂମିରେ ଏକତ୍ରିତ ହେବା ପାଇଁ କୁହାଯାଇଛି। ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ ଆୟୋଜନ କରାଯାଉଥିବାରୁ ସରକାର, ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଶୋ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନା ଥାଉକି, ଆଜି ଭୁବନେଶ୍ୱରର କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆରେ ସୂର୍ଯ୍ୟକରଣ ଏୟାର ଶୋ ହୋଇଥିଲା। ଶୋ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ଏଠାରେ ଜମିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos