ପୁଣି ଏକ ନିଯୁକ୍ତି ଅନିୟମିତତା ମାମଲାରେ ପଡ଼ିଲେ ଆଇଏଏସ୍ ଦେବରାଜ ମିଶ୍ର

ଭୁବନେଶ୍ୱର: ଗୋଟିଏ ନିଯୁକ୍ତି ଅନିୟମିତତା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଆଇଏଏସ୍ ଅଧିକାରୀ ଦେବରାଜ ମିଶ୍ରଙ୍କ ପାଇଁ ସୃଷ୍ଟି ହୋଇଛି ନୂଆ ଅଡୁଆ। ତାଙ୍କ ନାଁରେ ଆସିଛି ଆଉ ଏକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ। ଏନେଇ ଖୋଳତାଡ଼ ଆରମ୍ଭ କରି ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ୨୦୦୯ରେ ରାଜ୍ୟପାଳଙ୍କ ପାଖରେ ଡେପୁଟି ସେକ୍ରଟାରୀ ଥିବା ବେଳେ ସେ ନିଜ ପଦର ଅପବ୍ୟବହାର କରି ଉତ୍କଳ ବିଶ୍ୱବିଦ୍ୟାଳୟର ୧୬ ଜଣ ଅଧ୍ୟାପକଙ୍କ ଚାକିରି ନିୟମିତ […]

debaraj-mishra

debaraj-mishra

Rakesh Mallick
  • Published: Friday, 01 January 2016
  • Updated: 01 January 2016, 03:53 PM IST

Sports

Latest News

ଭୁବନେଶ୍ୱର: ଗୋଟିଏ ନିଯୁକ୍ତି ଅନିୟମିତତା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଆଇଏଏସ୍ ଅଧିକାରୀ ଦେବରାଜ ମିଶ୍ରଙ୍କ ପାଇଁ ସୃଷ୍ଟି ହୋଇଛି ନୂଆ ଅଡୁଆ। ତାଙ୍କ ନାଁରେ ଆସିଛି ଆଉ ଏକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ। ଏନେଇ ଖୋଳତାଡ଼ ଆରମ୍ଭ କରି ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

୨୦୦୯ରେ ରାଜ୍ୟପାଳଙ୍କ ପାଖରେ ଡେପୁଟି ସେକ୍ରଟାରୀ ଥିବା ବେଳେ ସେ ନିଜ ପଦର ଅପବ୍ୟବହାର କରି ଉତ୍କଳ ବିଶ୍ୱବିଦ୍ୟାଳୟର ୧୬ ଜଣ ଅଧ୍ୟାପକଙ୍କ ଚାକିରି ନିୟମିତ ପାଇଁ କୁଳପତିଙ୍କୁ ଚିଠି ଲେଖିଥିବା ଅଭିଯୋଗ ରହିଛି। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଏହା କରାଯାଇଥିବା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଭିଯୋଗ ସଂପର୍କରେ ଅନୁଧ୍ୟାନ ପାଇଁ କେନ୍ଦ୍ର ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଥିଲେ। ସେହିପରି ଦୁଇ ଦିନ ତଳେ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଏସଂପର୍କରେ ଚିଠି ଲେଖିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପୁରୀର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଓ ପଦୋନ୍ନତି ଅନିୟମିତାରେ ଦେବରାଜଙ୍କ ଭୂମିକା ସଂପର୍କରେ ଜଣାଇବା ଲାଗି ବିଭାଗ କହିଛି।

ଦେବରାଜଙ୍କ ନାଁରେ ଥିବା ଅଭିଯୋଗର ଖୋଳତାଡ଼ ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ସଚିବ କିମ୍ୱା ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଅଭିଯୋଗ ସଂପର୍କରେ ଦେବରାଜ ମିଶ୍ରଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

୨୦୧୨ରୁ ୨୦୧୩ ଭିତରେ ବଲାଙ୍ଗିର ଜିଲ୍ଲାପାଳ ଥିବା ବେଳେ ଦେବରାଜ ମିଶ୍ରଙ୍କ ନାଁରେ ଆରଆଇ ଏବଂ ଅମିନ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆସିଥିଲା।  ସରକାରୀ ପଦବୀର ଅପବ୍ୟବହାର ଓ ଅନୁଚିତ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗକୁ ନେଇ ୨୦୧୪ ନଭେମ୍ୱର ୭ରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos