ଆଇଏଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି।  ଆଶିଷ ଠାକରେ କେନ୍ଦୁଝର ଜିଲ୍ଲାପାଳ ହୋଇଥିବା ବେଳେ କୋରାପୁଟ ଜିଲ୍ଲାପାଳ କେ.ଏସ୍ ଚକ୍ରବର୍ତ୍ତୀ ହୋଇଛନ୍ତି। ଗଜପତି ଜିଲ୍ଲାପାଳ ଭାବେ ଅନୁପମ ଶାହାଙ୍କୁ ନିଯୁକ୍ତ ଦିଆଯାଇଛି। ନିଖିଲ ପଓ୍ୱନ କଲ୍ୟାଣ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ସେହିପରି ରମେଶ ରାଉତ ବାଲେଶ୍ୱର ଜିଲ୍ଲାପାଳ ହୋଇଥିବା ବେଳେ ମନୀଷ ଅଗ୍ରଓ୍ୱାଲ ମାଲକାନଗିରି ଜିଲ୍ଲାପାଳ ହୋଇଛନ୍ତି।

ଏନ. ଥିରୁମାଲ୍ଲା ନାୟକ ବଲାଙ୍ଗିର ଜିଲ୍ଲାପାଳ ହୋଇଛନ୍ତି। ଅକ୍ଷୟ ପରିଡ଼ାଙ୍କୁ ଜଙ୍ଗଲ ଓ ପରିବେଶ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରମୋଦ ଦାସଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ସ୍ୱତନ୍ତ୍ର ସଚିବ ହୋଇଛନ୍ତି।  ଭୁପିନ୍ଦର ସିଂ ପୁନିଆ ଓପିଇପିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।